ଆମ ଓଡ଼ିଶାର ସଦସ୍ୟ ହେବା ପାଇଁ ନିମ୍ନରେ ଥିବା ‘‘ଆମ ଓଡ଼ିଶା ସଦସ୍ୟତା ଅଭିଯାନ’’ରେ କ୍ଲିକ୍ କରନ୍ତୁ।
‘ଆମ ଓଡ଼ିଶା’ର ଆଞ୍ଚଳିକ ଶାଖା
ରୂପରେଖ:
‘ଆମ ଓଡ଼ିଶା’ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଜିଲ୍ଲା/ବ୍ଲକ /ପଞ୍ଚାୟତ ସ୍ତରରେ ଆଞ୍ଚଳିକ ଶାଖା ମାନ ଗଠନ କରାଯିବାକୁ ସ୍ଥିର ହୋଇଛି ୤ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ହିଁ ଜିଲ୍ଲା ସ୍ଥରୀୟ ଶାଖାର ସଂଯୋଜକ ରହିବେ ୤ ଠିକ୍ ସେହିଭଳି ‘ଆମ ଓଡ଼ିଶା’ର ବ୍ଳକ ସଂଯୋଜକ ହିଁ ବ୍ଲକସ୍ତରୀୟ ଶାଖାର ସଂଯୋଜକ ରହିବେ ୤ ପୌରାଞ୍ଚଳ ଶାଖାର ସଂଯୋଜକ କାର୍ଯ୍ୟ ଜିଲ୍ଲା ପ୍ରତିନିଧି/ବ୍ଳକ ସଂଯୋଜକ କରିବେ ୤

ଆଞ୍ଚଳିକ ଶାଖାର କାର୍ଯ୍ୟକାରିଣୀ ନିମ୍ନମତେ ହେବ
ସଭାପତି:
(୧ଜଣ)- ଅଞ୍ଚଳରେ ଭଲ ପ୍ରଭାବ ଥିବା ଜଣେ ନିର୍ମଳ ଚରିତ୍ରର ବରିଷ୍ଠ ନାଗରିକଙ୍କୁ ଏହି ଦାୟିତ୍ବ ଦିଆଯାଇ ପାରିବ ୤ କିନ୍ତୁ ସେ ସ୍ବେଚ୍ଛାକୃତ ଭାବେ ‘ଆମ ଓଡ଼ିଶା’ର କାମ ଗୁଡିକୁ ବିଧିବଦ୍ଧ ଭାବେ ସେ ଅଞ୍ଚଳରେ ପ୍ରସାର କରିବା ପାଇଁ ସମୟ ଦେବାକୁ ପ୍ରସ୍ତୁତ ଥିବା ଆବଶ୍ୟକ ୤

ସଂପାଦକ:
(୧ ଜଣ)-ଜଣେ ସ୍ଥାନୀୟ ସ୍ବେଚ୍ଛାସେବୀ ଯିଏକି ‘ଆମ ଓଡ଼ିଶା’ର ଜିଲ୍ଲା/ବ୍ଳକ ସଂଯୋଜକଙ୍କ ସହ ଉତ୍ତମ ବୁଝାମଣା ରଖି, ତାଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରସ୍ତୁତ ଥିବେ ୤

ସଂଯୋଜକ:
‘ଆମ ଓଡ଼ିଶା’ କେନ୍ଦ୍ର କାର୍ଯ୍ୟାଳୟ ଦ୍ବାରା ମନୋନୀତ ବ୍ୟକ୍ତି ହିଁ ଆଞ୍ଚଳିକ ଶାଖାର ସଂଯୋଜକ ଭାବେ ଦାୟିତ୍ବ ତୁଲାଇବେ ୤

କାର୍ଯ୍ୟକାରିଣୀ ସଦସ୍ୟ:
ମୋଟ ସଦସ୍ୟ ସଂଖ୍ୟାର ଏକ ଦଶମାଂଶଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯିବ ୤ ବିଭିନ୍ନ ବର୍ଗ ତଥା ଅଞ୍ଚଳର ସଦସ୍ୟ/ସଦସ୍ୟାଙ୍କୁ ଏହି କାର୍ଯ୍ୟକାରିଣୀରେ ନିଆଯିବ୤

ସଦସ୍ୟତା:

  • ଆଜୀବନ ସଦସ୍ୟତା ଦେୟ-୧୦୦୦ ଟଙ୍କା ୤
  • ସାଧାରଣ ବାର୍ଷିକ ସଦସ୍ୟତା ଦେୟ-୧୦୦ ଟଙ୍କା ୤

ବି.ଦ୍ର:

  • ସଦସ୍ୟତା ଦେୟ କେବଳ ‘ଆମ ଓଡ଼ିଶା’ ମୁଖ୍ୟ କାର୍ଯ୍ୟାଳୟ ଦ୍ବାରା ପ୍ରସ୍ତୁତ ରସିଦ୍ରେ ହିଁ ସଂଗ୍ରହ ହେବ ୤
  • ଆଞ୍ଚଳିକ ଶାଖାର କୌଣସି ବ୍ୟାଙ୍କ ଖାତା ଖୋଲାଯିବ ନାହିଁ ୤ ମୁଖ୍ୟ କାର୍ଯ୍ୟାଳୟର ନିଷ୍ପତ୍ତି ଅନୁସାରେ ଆଞ୍ଚଳିକ ଶାଖାରେ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯିବ ଏବଂ ସେ ବାବଦ ଖର୍ଚ୍ଚ ମୁଖ୍ୟ କାର୍ଯ୍ୟାଳୟ ହିଁ ବହନ କରିବ ୤

ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଘୋଷଣାନାମା   |   ସର୍ତ୍ତାବଳୀ   |   ଗୋପନୀୟତା ନୀତି   |   ଫେରସ୍ତ ନୀତି   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ଆମ ଓଡ଼ିଶା   |