ଆମ ଆଧୁନିକ ଓଡ଼ିଶା |
|
|
ପୂର୍ବ ପୃଷ୍ଠା |
ପାରାଦ୍ବୀପ ବନ୍ଦର ବଙ୍ଗୋପସାଗର କୂଳରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ପାରାଦ୍ବୀପ ବନ୍ଦର ଦେଶର ପ୍ରମୁଖ ସାମୁଦ୍ରିକ ବନ୍ଦରମାନଙ୍କ ମଧ୍ୟରୁ ଅନ୍ୟତମ ଏହା ଏକ କୃତ୍ରିମ ପୋତାଶ୍ରୟ ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଯୋଗଦାନ ପାଇଁ ଏହି ବନ୍ଦରର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏହି ବନ୍ଦର ମାଧ୍ୟମରେ ଓଡ଼ିଶାରୁ ଲୁହା ପଥର, କୋଇଲା ଆଦି ବିବିଧ ଖଣିଜ ଦ୍ରବ୍ୟର ରପ୍ତାନୀ କରାଯାଇଥାଏ ୧୯୬୨ ମସିହା ଜାନୁଆରୀ ୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହାରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ ଏବଂ ୧୯୬୬ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଏହି ବନ୍ଦର କାର୍ଯ୍ୟ କରିବା ଆରମ୍ଭ କରିଥିଲା ୨୦୦୮-୦୯ ମସିହାରେ ଏହି ବନ୍ଦର ମାଧ୍ୟମରେ ୪୬.୪୧ ନିୟୁତ ଟନ୍ ମାଲ ଆମଦାନୀ ଓ ରତ୍ପାନୀ ହୋଇଥିଲା |
|
ନାଲ୍କୋ ୧୯୮୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ନ୍ୟାସ୍ନାଲ ଆଲୁମିନିୟମ୍ କମ୍ପାନୀ (ନାଲ୍କୋ) ଓଡ଼ିଶାର ଦାମନଯୋଡ଼ି ଓ ଅନୁଗୁଳ ଠାରେ କାର୍ଯ୍ୟ କରୁଅଛି ଏହା ଏସିଆର ସର୍ବ ବୃହତ୍ ସମନ୍ବିତ ଆଲୁମିନିୟମ୍ ପ୍ରକଳ୍ପ ଯାହାକି ବକ୍ସାଇଟ୍ ଉତ୍ପାଦନ, ଆଲୁମିନା ବିଶୋଧନ, ଆଲୁମିନିୟମ ସ୍ମେଲଟିଙ୍ଗ୍, କାଷ୍ଟିଙ୍ଗ୍ ଓ ବିଦ୍ୟୁତ୍ ଉତ୍ପାଦନ ଆଦି ସମସ୍ତ କାମ କରିଥାଏ ଏହି କମ୍ପାନୀର ମୁଖ୍ୟ ବକ୍ସାଇଟ୍ ଖଣି କୋରାପୁଟ ଜିଲ୍ଲାର ପଞ୍ଚପାଟମାଳିଠାରେ ଅବସ୍ଥିତ ଦାମନଯୋଡ଼ିଠାରେ ଏହାର ଖନନ ଓ ବିଶୋଧନ ବିଭାଗ ଏବଂ ଅନୁଗୁଳ ଜିଲ୍ଲାର ନାଲକୋ ନଗର ଠାରେ ଏହାର ସ୍ମେଲଟର ଓ ବିଦ୍ୟୁତ୍ ଉତ୍ପାଦନ ବିଭାଗ କାର୍ଯ୍ୟ କରୁଅଛି ନାଲ୍କୋ ଭାରତର ସର୍ବାଧିକ ଲାଭକାରୀ ସାର୍ବଜନୀନ ଉଦ୍ୟୋଗମାନଙ୍କ ମଧ୍ୟରେ ଅନ୍ୟତମ |
|
ହୀରାକୁଦ ନଦୀବନ୍ଧ ଭାରତର ସ୍ବାଧୀନତା ପରେ ହାତକୁ ନିଆଯାଇଥିବା ପ୍ରଥମ ମହୁମୁଖୀ ନଦୀବନ୍ଧ ଯୋଜନା ହେଉଛି ହୀରାକୁଦ ଓଡ଼ିଶାରେ ଅବସ୍ଥିତ ଓ ସମ୍ବଲପୁରଠାରୁ ଅନତି ଦୂରରେ ମହାନଦୀ ଉପରେ ବନ୍ଧା ଯାଇଥିବା ଏହି ନଦୀବନ୍ଧ ପୃଥିବୀର ଦୀର୍ଘତମ ମୃର୍ତ୍ତିକା ନିର୍ମିତ ବନ୍ଧ ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ତଥା ଜଳ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହି ବନ୍ଧର ଅବଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବନ୍ଧର ଶିଳାନ୍ୟାସ କରାଯାଇଥିଲା ଓ ୧୯୫୭ ମସିହା ଜାନୁଆରୀ ୧୩ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହାରଲାଲ ନେହେରୁ ଏହାର ଉଦ୍ଘାଟନ କରିଥିଲେ ହୀରାକୁଦ ବନ୍ଧର ମୋଟ ଦୈର୍ଘ୍ୟ ୪୮୦୦ ମିଟର ଏହି ଜଳବିଦ୍ୟୁତ୍ ଯୋଜନାର ସମୁଦାୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷମତା ୩୪୭.୫ ମେଗାୱାଟ୍ ଅଟେ |
|
ବଡପଣ |
|
ବେଳ ଥାଉଁ ଥାଉଁ ଅରଜି ଧରମ,
ଜନ୍ମ ଅନୁରୂପେ ଦେଖାଅ କରମ
ଜନ୍ମଫଳେ ଭବେ ବଡପଣ ପାଇ,
ଧର୍ମଫଳେ ତାକୁ କର ଚିରସ୍ଥାୟୀ
ଧର୍ମ ଏକ ପୋତ ଗଢିଛନ୍ତି ବିଧି,
ତରିବାକୁ ଏହି ସଂସାର-ବାରିଧି
ଧର୍ମ ଏକା ସିନା ମହତପଣିଆ,
ଆଉ ବଡପଣ ଅଢେଇଦିନିଆ
ବଡପଣ, ଭାଇ, ଏକା ସିନା ସେହି,
ଛଡାଇ କେହି ଯା ନ ପାରଇ ନେଇ
ବଡପଣ ସେହି, ଅନ୍ତେ ସୁଦ୍ଧା ଯାର,
ସୌରଭେ ଚହଟୁ ଥାଏ ଏ ସଂସାର
+ + + +
ସେହି ବଡପଣେ ବଳାଅ ମତିକି,
କାଳ ନ ପାରିବ ପଶି ଯା କତିକି
|
------------------ |
 |
- କବିବର ରାଧାନାଥ ରାୟ - |
|