‘ଆସ ଗଢ଼ିବା ଆମ ଓଡ଼ିଶା’ ଅଭିଯାନରେ ଅଧିକରୁ ଅଧିକ ଯୁବକଙ୍କୁ ସାମିଲ କରିବା ‘ଯୁବବାହିନୀ’ର ଲକ୍ଷ୍ୟ ଓଡ଼ିଶାର ବିକାଶ କେବଳ ସ୍ବାଭିମାନୀ ଓଡ଼ିଆ ଯୁବକଙ୍କ ଦ୍ବାରା ସମ୍ଭବ ସ୍ବାଭିମାନୀ ଯୁବକଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିବା ସଂଗେ ସଂଗେ ସେମାନଙ୍କୁ ନେଇ ଏକ ସୁଦୃଢ଼ ସଂଗଠନ ନିର୍ମାଣ କରିବା ଯୁବବାହିନୀର ଉଦ୍ଦେଶ୍ୟ ଓଡ଼ିଶାର ୬୨୩୪ଟି ଗ୍ରାମପଞ୍ଚାୟତରେ ଆଗାମୀ ଦୁଇ ବର୍ଷ ମଧ୍ୟରେ (୩୧ ମାର୍ଚ୍ଚ ୨୦୧୩ ସୁଦ୍ଧା) ଯୁବ ବାହିନୀକୁ ସଶକ୍ତ କରିବାର ଲକ୍ଷ୍ୟ ସ୍ଥିର କରାଯାଇଛି ଏହି ଅଭିଯାନରେ ପ୍ରତି ଗ୍ରାମପଞ୍ଚାୟତରୁ ଅନ୍ୟୁନ ୫ ଜଣ ଯୁବକଙ୍କୁ ଏକାଠି କରି ‘ଆମ ଓଡ଼ିଶା’ ର ‘ଆମେ ସ୍ବାବଲମ୍ବୀ’ ଯୋଜନାରେ ସାମିଲ କରାଯିବ ସେମାନଙ୍କୁ ରୋଜଗାରକ୍ଷମ କରାଯିବା ସହିତ ନୂଆ ଓଡ଼ିଶା ଗଠନ ଅଭିଯାନରେ ବ୍ରତୀ କିରବା ପାଇଁ ବିଭିନ୍ନ ପ୍ରକାରର ସଚେତନତା ତଥା ପ୍ରୋତ୍ସାହକ ପ୍ରଶିକ୍ଷଣ ଶିବିର ମାନ ଆୟୋଜନ କରାଯିବ
ଯୁବ ବାହିନୀର ସଂକଳ୍ପ
- ବୟସର ମାପକାଠିରେ ନୁହେଁ, ମୋର ପ୍ରବଳ ଇଚ୍ଛାଶକ୍ତି ଅଛି ବୋଲି ମୁଁ ଯୁବକ
- ମୁଁ ଚାରିଟି ‘ନି’ କୁ ପାଳନ କରିବି-ନିରୋଗ ରହିବି, ନିରାଡମ୍ବର ଜୀବନ ବିତାଇବି, ନିଷ୍ଠାପର ହେବି ଓ ନିଡର ହେବି
- ମୁଁ ମୋ ସାନଭାଇ, ଭଉଣୀମାନଙ୍କୁ ଓଡ଼ିଆ ଲେଖିବା, କହିବା ଓ ପଢ଼ିବା ପାଇଁ ଏବଂ ଓଡ଼ିଶାକୁ ଚିହ୍ନି ଭଲପାଇବା ପାଇଁ ଉତ୍ସାହିତ କରିବି
- ଓଡ଼ିଶାରେ କାହାରିକୁ ରକ୍ତ ଅଭାବରୁ ମରିବାକୁ ଦେବିନାହିଁ ଏଥିପାଇଁ ବର୍ଷରେ ଅନ୍ତତଃ ଥରେ ନିଜେ ରକ୍ତ ଦେବି ଏବଂ ରକ୍ତଦାନ କରିବା ପାଇଁ ଅନ୍ୟକୁ ଉତ୍ସାହିତ କରିବି
- ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ, ‘ମୋତେ ରକ୍ତଦିଅ, ମୁଁ ତୁମକୁ ସ୍ବାଧିନତା ଦେବି’ ସ୍ବାଧୀନ ଭାରତର ଯୁବନାଗରିକ ଭାବରେ ମୁଁ କହିବି, ‘ମୁଁ ରକ୍ତଦେଇଛି, ଓଡ଼ିଶାକୁ ନୂଆକରି ଗଢ଼ିବା ପାଇ ମୋତେ ସୁଯୋଗ ଦିଅ’
କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲାକେନ୍ଦ୍ରରେ ଏହି ପ୍ରଶିକ୍ଷଣ ଶିବିର ଆଗାମୀ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅନଷ୍ଠିତ ହେବ ଏହି ପ୍ରଶିକ୍ଷଣ ଶିବିର ପୂର୍ବରୁ ସମସ୍ତ ବ୍ଳକ ଶାଖାମାନ ଗଠନ ହୋଇ ସାରିଥିବା ଦରକାର ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଓ ପ୍ରଭାବଶାଳୀ କରିବାକୁ ‘ଯୁବ ବାହିନୀ’ ସଂଯୋଜକଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି
|