ସଂକଳ୍ପ : ‘ଓଡ଼ିଶାରେ ରକ୍ତର ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ’ - ସୌମ୍ୟରଂଜନ ପଟ୍ଟନାୟକ, ଅଧ୍ୟକ୍ଷ, ‘ଆମ ଓଡ଼ିଶା’ ଏହି ସଂକଳ୍ପ ନେଇ ‘ସମ୍ବାଦ- ଆମ ଓଡ଼ିଶା’ ପରିବାର ପକ୍ଷରୁ ରାଜ୍ୟବ୍ୟାପି ରକ୍ତଦାନ କାର୍ଯ୍ୟକ୍ରମ ୨୦୦୬ ମସିହାରୁ ଅନୁଷ୍ଠିତ ହୋଇଆସୁଛି ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ ଆୟାଜନ କରିବାକୁ ସ୍ଥିର କରାଯାଇଛି ରାଜ୍ୟର ୩୧୪ଟି ବ୍ଳକ ଓ ୧୦୫ଟି ପୌରାଞ୍ଚଳରେ ଚଳିତବର୍ଷ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମାନ ଆୟୋଜନ କରାଯିବ ଲକ୍ଷ୍ୟ : ଚଳିତ ବର୍ଷ ଅତିକମ୍ ରେ ୭୦୦ଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ୫୦,୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ସ୍ଥିର ହୋଇଛି
ଯୋଜନା:
- ୩୧୦ଟି ବ୍ଲକ କେନ୍ଦ୍ରରେ ଛୋଟ ରକ୍ତଦାନ ଶିବିର (୨୫-୫୦) ଆୟୋଜନ କରାଯାଇ ୧୦,୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ
- ଅନ୍ୟୁନ ୩୦୦ଟି ସ୍ଥାନରେ (ବ୍ଲକ କେନ୍ଦ୍ର) ମଧ୍ୟମ ଧରଣର ରକ୍ତଦାନ ଶିବିର (୫୧-୧୦୦) ଆୟୋଜନ କରାଯାଇ, ପ୍ରାୟ ୨୫,୦୦୦ ୟୁନିଟ୍ ରକ୍ତ ସଂଗ୍ରହ
କରାଯିବ
- ଅନ୍ୟୁନ ୬୦ଟି ବଡ ରକ୍ତଦାନ ଶିବିର (୧୦୧-୨୦୦) ଜିଲ୍ଲା କେନ୍ଦ୍ର ମାନଙ୍କରେ ଆୟୋଜନ କରାଯାଇ ୭୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ
- ରାଜ୍ୟର ପ୍ରମୁଖ ସହର ତଥା ‘ସମ୍ବାଦ’ ର ପ୍ରକାଶନ କେନ୍ଦ୍ରମାନଙ୍କରେ ଅନ୍ୟୁନ ୨୫ଟି ମିନି-ମେଗା ରକ୍ତଦାନ ଶିବିର (୨୦୧-୫୦୦) ଆୟୋଜନ କରାଯାଇ ୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ
- ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ଠାରେ ଅନ୍ୟୁନ ୫ଟି ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ୩୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ
କୌଶଳ:
- ୨୩ ଜାନୁୟାରି ଗଣଦୌଡ କାର୍ଯ୍ୟକ୍ରମରେ ଯେଉଁମାନେ ଭାଗନେଇ ‘ଓଡ଼ିଶାରେ ରକ୍ତର ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ’ ବୋଲି ସଂକଳ୍ପ ନେଇଥିଲେ, ସେମାନଙ୍କର ନାମ, ପୂର୍ଣ୍ଣ ଡାକ ଠିକଣା ଓ ମୋବାଇଲ୍ ନମ୍ବରକୁ ଗ୍ରାମପଞ୍ଚାୟତ ଅନୁଯାୟୀ ବିଧିବଦ୍ଧ ଭାବେ ଲିପିବଦ୍ଧ କରିବାକୁ ହେବ
- ସଂକଳ୍ପ ନେଇଥିବା ଏହି ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ କରି, ସେମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ କରିବାକୁ ହେବ
- ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ମହାବିଦ୍ୟାଳୟ, କ୍ଲବ, ପାଠାଗାର ଓ ଯୁବକ ଯୁବତୀମାନଙ୍କୁ ମଧ୍ୟ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନରେ ସାମିଲ କରିବାକୁ ହେବ
ରକ୍ତଦାନ ଶିବିରର ପୂର୍ବ ପ୍ରସ୍ତୁତି:
- ସ୍ଥାନୀୟ ଶିକ୍ଷାନୁଷ୍ଠାନ, ଯୁବ ଗୋଷ୍ଠୀ ଓ ‘ଆମ ଓଡ଼ିଶା’ ଶୁଭେଚ୍ଛୁମାନଙ୍କ ସହ ସଂପର୍କ ସ୍ଥାପନ ଏବଂ ରକ୍ତଦାନ ଶିବିରର ତାରିଖ ଓ ସ୍ଥାନ ନିରୂପଣ
- ସମ୍ଭାବ୍ୟ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ‘ଆମ ଓଡ଼ିଶା’ ରକ୍ତଦାନ ଅଭିଯାନର ପୋଷ୍ଟର ପ୍ରଦାନ ଏବଂ ରକ୍ତଦାନ ଶିବିରର ପ୍ରଚାର ଆୟୋଜନ
- ଆକଳନ କରାଯାଇଥିବା ରକ୍ତ ସଂଗ୍ରହ ସଂଖ୍ୟା ଦୃଷ୍ଟିରୁ ଛୋଟ ବା ବଡ ଘର ଦରକାର ତାହାର ନିଷ୍ପତ୍ତି ନେଇ ସେହି ଅନୁସାରେ ଖଟ, ଗଦି, ଚାଦର, ଟେବୁଲ, ଚଉକି ଇତ୍ୟାଦିର ବ୍ୟବସ୍ଥା
- ସ୍ଥାନୀୟ ରକ୍ତ ଭଣ୍ଡାର ସହ ଯୋଗାଯୋଗ କରି ପତ୍ର ପ୍ରଦାନ ପତ୍ରରେ ଆକଳନ କରାଯାଇଥିବା ସଂଖ୍ୟା ଲେଖାଥିବା ଆବଶ୍ୟକ ସେହି ଅନୁସାରେ ରକ୍ତ ଭଣ୍ଡାରର କର୍ମଚାରୀ ପ୍ରସ୍ତୁତ ହୋଇ ଆସିବେ
- ରକ୍ତଦାତାଙ୍କ ପାଇଁ ଯଥେଷ୍ଟ ଶର୍କରା ଥିବା ପୁଷ୍ଟିକର ଜଳଯୋଗର ବ୍ୟବସ୍ଥା
- ରକ୍ତଦାନ ଶିବିର ପରିଦର୍ଶନ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ
- ରକ୍ତଦାନ ଶିବିରକୁ ନିମ୍ନୋକ୍ତ ମାମଗ୍ରୀ ସଂଗରେ ନେଇ ଯିବେ :
ପଞୀକରଣ ଫର୍ମ, ରକ୍ତଦାନ ପ୍ରମାଣପତ୍ର, ରକ୍ତଦାନ ଅଭିଯାନ ବ୍ୟାନର, ସେଲୋଟେପ୍, କଇଁଚି, କଲମ ଇତ୍ୟାଦି
ରକ୍ତଦାନ ଶିବିର ସମୟରେ :
- ରକ୍ତଦାନ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଗୃହଟି ଭଲଭାବରେ ସଫାସୁତରା ହୋଇଥିବା ଦରକାର ଗୃହ ଏ.ସି.ହୋଇଥିବ ବା ଗୃହ ମଧ୍ୟକୁ ମୁକ୍ତ ପବନ ଯିବା ଆସିବା କରୁଥିବା ଆବଶ୍ୟକ
- ‘ଆମ ଓଡ଼ିଶା’ର ବ୍ୟାନର ରକ୍ତଦାନ ଗୃହର ପ୍ରମୁଖ ସ୍ଥାନରେ ଲଗାହେବା ଆବଶ୍ୟକ
- ପଞୀକରଣ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଦାୟିତ୍ବରେ ଥିବା ସ୍ବେଚ୍ଛାସେବୀ ଆବଶ୍ୟକ ସାମଗ୍ରୀ ସହିତ ବସିବା ଦରକାର ଉକ୍ତ ସ୍ଥାନରେ ରକ୍ତ ଭଣ୍ଡାର ପକ୍ଷରୁ ପଞୀକରଣ ପାଇଁ ମଧ୍ୟ ବ୍ୟବସ୍ଥା ହେବା ଆବଶ୍ୟକ
- ରକ୍ତ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଖଟକୁ ବ୍ୟବସ୍ଥିତ ଢଙ୍ଗରେ ପକାଯିବା ଦରକାର
- ରକ୍ତଦାନ ସମୟରେ, ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବାପାଇଁ ସ୍ବେଚ୍ଛାସେବୀ ଓ ‘ଆମ ଓଡ଼ିଶା’ କର୍ମୀ ଗୃହରେ ଉପସ୍ଥିତ ରହିବା ଆବଶ୍ୟକ
- ରକ୍ତ ସଂଗ୍ରହ ସରିବା ପରେ ସ୍ବେଚ୍ଛାସେବୀ ମାନେ ରକ୍ତଦାତାଙ୍କୁ ପ୍ରଥମେ ଗ୍ଲୁକୋଜ ମିଶା ପାଣି ପିଇବାକୁ ଦେବେ ଏବଂ ତାଙ୍କୁ ନେଇ ପାଖରେ ବ୍ୟବସ୍ଥା କରାଯାଇଥିବା ବିଶ୍ରାମ ସ୍ଥାନରେ ଶୁଆଇ ଦେବେ ମିଠା, କଦଳୀ, ଅଣ୍ଡା ଆଦି ଯେଉଁ ଜଳଯୋଗର ବ୍ୟବସ୍ଥା ହୋଇଥିବ ତାହା ସେମାନଙ୍କୁ ଦେବାର ବ୍ୟବସ୍ଥା କରିବେ
ବିଶେଷ ଧ୍ୟାନ: ରକ୍ତତାତାଙ୍କ ରକ୍ତ ନେବାପରେ ଅନ୍ୟୁନ ୧୦ ମିନିଟ୍ ପର୍ଯ୍ୟନ୍ତ ଛୁଞ୍ଚି ଫୋଡା ଯାଇଥିବା ସ୍ଥାନକୁ ତୁଳାଦେଇ ଚାପିକରି ରଖିବା ଆବଶ୍ୟକ
ରକ୍ତଦାନ ପରେ:
- ରେଡ୍କ୍ରସ୍ ରକ୍ତଭଣ୍ଡାରର ଡାକ୍ତରଙ୍କ ଠାରୁ ପ୍ରୋତ୍ସାହନ-ରକ୍ତ କୁପନ୍ ଓ ପ୍ରତି ୟୁନିଟ୍ ରକ୍ତ ପିଛା ପ୍ରଦାନ କରାଯାଇଥିବା ପ୍ରୋତ୍ସାହନ-ଅର୍ଥ ଗ୍ରହଣ କରିବେ
- ସ୍ପଷ୍ଟ ଓ ପୂର୍ଣ୍ଣାଙ୍ଗ ଭାବେ ପୂରଣ କରାଯାଇଥିବା ପଞୀକରଣ ଫର୍ମକୁ ଗଣିକରି ଆଣିବେ
- ଏହି ରକ୍ତଦାନ ଶିବିର ସଂପର୍କରେ ଖବର ସମ୍ବାଦ ଓ କନକ ଟିଭି ରେ ପ୍ରକାଶ ଓ ପ୍ରସାରଣ କରାଇବାର ବ୍ୟବସ୍ଥା କରିବେ
- ରକ୍ତଦାତାଙ୍କ ସଂପର୍କରେ ‘ଆମ ଓଡ଼ିଶା’ ମୁଖ୍ୟ କାର୍ଯ୍ୟାଳୟକୁ ସେହିଦିନ କିମ୍ବା ପରଦିନ ଲିଖିତ ଭାବେ ଜଣାଇବା ସହ ଜିଲ୍ଲା ପ୍ରତିନିଧିଙ୍କୁ ମଧ୍ୟ ଜଣାଇବେ ଶିବର ସଂପର୍କରେ ସମସ୍ତ ତଥ୍ୟ ଓ ବ୍ଳଡ୍ ଗ୍ରୁପ୍ ଲେଖାଥିବା ସମସ୍ତ ଫର୍ମ ପାଇଲାପରେ ହିଁ ଖର୍ଚ୍ଚ ହୋଇଥିବା ଅର୍ଥକୁ ଭରଣା କରାଯିବ
- ପ୍ରୋତ୍ସାହନ-କୁପନ୍ ର ସଦ୍ବ୍ୟବହାର କରି, ରକ୍ତ ଲୋଡୁଥିବା ବ୍ୟକ୍ତିଙ୍କ ସଂପର୍କରେ ସମସ୍ତ ତଥ୍ୟ ନିର୍ଦ୍ଧାରିତ ଫର୍ମରେ ରାଜ୍ୟ କାର୍ଯ୍ୟାଳୟକୁ ଜଣାଇବେ (ଫର୍ମ ୧୮ ପୃଷ୍ଠାର ସଂଲଗ୍ନ)
- ପରବର୍ତ୍ତୀ ସମୟରେ ରକ୍ତଦାତାଙ୍କୁ ‘ଆମ ଓଡ଼ିଶା’ ର ସଦସ୍ୟଭୁକ୍ତ କରାଇ, ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇବେ
|