‘ମୋ ଖାତା’ କାର୍ଯ୍ୟକ୍ରମ ‘ଆମ ଓଡ଼ିଶା’ର ଏକ ଅଭିନବ ପ୍ରୟାସ ଓଡ଼ିଶାର ଭାଷା, ପରିଚୟ, ସାହିତ୍ୟ ଓ ସଂସ୍କୃତିକୁ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମନରେ ଯଥାର୍ଥ ଭାବରେ ପ୍ରେବେଶ କରାଇବା ପାଇଁ ‘ମୋ ଖାତା’ ମାଧ୍ୟମରେ ଏକ ପ୍ରଚ୍ଛନ୍ନ ପ୍ରଚେଷ୍ଟା କରାଯାଉଛି ଏହି ପ୍ରକ୍ରିୟାରେ ଦଶଗୋଟି ଖାତା ପ୍ରସ୍ତୁତ ହୋଇଛି ଏଥିରେ ଓଡ଼ିଶାର ସଂସ୍କୃତି, ଜନଜୀବନ, ସଫଳତା ଓ ଐତିହ୍ୟର ଝଲକ ସହିତ ଅତି ପରିଚିତ ଓ ପ୍ରିୟ କେତେଗୋଟି ଦେଶାତ୍ମବୋଧକ ଗୀତ ଓ ଜଣାଣ କୁ ସ୍ଥାନ ଦିଆଯାଇଛି ଏହି ଖାତାଗୁଡିକ ପିଲାମାନଙ୍କ ପାଖରେ ପହଞ୍ଚିବା ଦରକାର ବାହରକୁ ବ୍ୟବସାୟ ପରି ଦିଶୁଥିବା ଏ କାର୍ଯ୍ୟକ୍ରମଟି ପ୍ରକୃତରେ ଖାତା-ବେପାର ନୁହେଁ, ଅଧିକନ୍ତୁ ଓଡ଼ିଶା-ପରିଚୟର ପ୍ରସାର ପାଇଁ ଉଦ୍ଦିଷ୍ଟ ଏକ ଯୋଜନା-ଯାହା କି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ଲାଗି ଏକ ସୁନ୍ଦର ଭିତ୍ତି ପ୍ରସ୍ତୁତ କରିବ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ଏ ଖାତାଗୁଡିକରେ ଥିବା ବିଷୟବସ୍ତୁ ପଢିଲେ ତାର ଉପଯୋଗିତା ଅନୁଭବ କରିପାରିବେ |