ଆମ ଭାସ୍କର୍ଯ୍ୟ |
|
|
ପୂର୍ବ ପୃଷ୍ଠା |
ମୁକ୍ତେଶ୍ବର ମନ୍ଦିର ଆମ ରାଜଧାନୀ ଭୁବନେଶ୍ବର ମନ୍ଦିରମାଳିନୀ ସହର ଭାବରେ ଦେଶରେ ଖ୍ୟାତ ଏଠାରେ ଥିବା ସବୁଠାରୁ ରମଣୀୟ ମନ୍ଦିରମାନଙ୍କ ଭିତରୁ ‘ମୁକ୍ତେଶ୍ବର’ ମନ୍ଦିର ଅନ୍ୟତମ ଆନୁମାନିକ ୧୦ମ ଶତାଦ୍ଦୀରେ ନିର୍ମିତ ବାଲିପଥର (ସ୍ୟାଣ୍ଡଷ୍ଟୋନ୍) ର ଏହି ମନ୍ଦିର ଉତ୍କଳୀୟ ମନ୍ଦୀର ନିର୍ମାଣ ଶୈଳୀର ଏକ ଜ୍ବଳନ୍ତ ନିଦର୍ଶନ ଏହି ମନ୍ଦିରର ନିର୍ମାଣ ଶୈଳୀ, ତୋରଣ ଓ ସୁକ୍ଷ୍ମ କାରୁକାର୍ଯ୍ୟ ପର୍ଯ୍ୟଟକ ମାନଙ୍କର ମୁଖ୍ୟ ଆକର୍ଷଣ ମୁକ୍ତେଶ୍ବର ଶିବଙ୍କ ପାଇଁ ନିର୍ମିତ ଏହି ମନ୍ଦିରରେ ଧ୍ୟାନରତ ଯୋଗୀଙ୍କର ବହୁବିଧ ମୂର୍ତ୍ତି ଖୋଦିତ ହୋଇଅଛି ନିକଟରେ ଥିବା କେଦାର ଗୌରୀ କୁଣ୍ଡ ମଧ୍ୟ ପର୍ଯ୍ୟଟକ ମାନଙ୍କର ଅନ୍ୟ ଏକ ଆକର୍ଷଣ |
|
କୋଣାର୍କ ମନ୍ଦିର ପୁରୀ ଜିଲ୍ଲାର ବଙ୍ଗୋପସାଗର କୂଳରେ ଥିବା ବିଶ୍ବବିଖ୍ୟାତ କୋଣାର୍କ ସୂର୍ଯ୍ୟମନ୍ଦିର ଏହାର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ ଲାଗି ସାରା ବିଶ୍ବରେ ସୁପରିଚିତ ଖ୍ରୀଷ୍ଟୀୟ ୧୩ଶ ଶତାଦ୍ଦୀର ମଧ୍ୟଭାଗରେ ଲାଙ୍ଗୁଳା ନରସିଂହଦେବଙ୍କ ଶାସନକାଳରେ ଏହା ନିର୍ମିତ ହୋଇଥିଲା ବିଶ୍ବାସ କରାଯାଏ ଯେ ଚନ୍ଦ୍ରଭାଗା ନଦୀର ମୁହାଣରେ ପ୍ରାୟ ୧୨ ବର୍ଷ ମଧ୍ୟରେ ୧୨ ଶହ ବଢେଇଙ୍କ ଦ୍ବାରା ଏହା ନିର୍ମିତ ହୋଇଥିଲା ସୂର୍ଯ୍ୟଦେବଙ୍କର ରଥ ଆକାରରେ ନିର୍ମିତ ଏହି ମନ୍ଦିରର ବାରଯୋଡ଼ା ଚକ ରହିଛି ଓ ସାତଟି ଘୋଡ଼ା ଏହାକୁ ଟାଣୁଛନ୍ତି ଯଦିଓ ମୂଳ ମନ୍ଦିରଟି ଏବେ ଭାଂଗିଯାଇଛି, ବଂଚିରହିଥିବା ମୁଖଶାଳା ଓ ନାଟମଣ୍ଡପକୁ ଦେଖି ଏହାର ଅମାପ ସୌନ୍ଦର୍ଯ୍ୟ କଳ୍ପନା କରିହୁଏ କୋଣାର୍କ ମନ୍ଦିରର ଅଶ୍ବ ଆମ ରାଜ୍ୟ ଓଡ଼ିଶାର ସରକାରୀ ପ୍ରତୀକ ରୂପେ ଗ୍ରହଣ କରାଯାଇଛି |
|
ହୁମା ସମ୍ବଲପୁରଠାରୁ ୨୫ କି.ମି. ଦୂର ହୁମା ଠାରେ ମହାନଦୀ କୂଳରେ ଖ୍ରୀଷ୍ଟୀୟ ସପ୍ତଦଶ ଶତାଦ୍ଦୀରେ ନିର୍ମିତ ବିମଳେଶ୍ବର ମହାଦେବଙ୍କ ମନ୍ଦିର ରହିଛି ଏହି ମନ୍ଦିରର ବିଶେଷତ୍ବ ଏହିକି ଯେ ଏହା ଏକ ପାର୍ଶ୍ବକୁ ଢଳିରହିଛି ନିକଟରେ ଥିବା ପୁଷ୍କରଣୀରେ ଅନେକ ମାଛ ଅଛନ୍ତି ଏହି ମାଛକୁ ସେଠାକାର ଲୋକମାନେ କେବେ ଧରନ୍ତି ନାହିଁ ଇଟାଲୀର ପିସାଠାରେ ଥିବା ଆନତ ଟାୱାର ଭଳି ଏହି ଆନତ ମନ୍ଦିରଟି ପର୍ଯ୍ୟଟକ ଓ ଗବେଷକ ମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି |
|
ନମୋ ନିରଞନ |
|
ନମୋ ନିରଞନ ନିଖିଳ ନିଦାନ
ବ୍ୟାପ୍ତ ସର୍ବ ଚରାଚରେ,
ପ୍ରଭୁ ଦାୟାମୟ ମଙ୍ଗଳ ଆଳୟ
ଜଗ ଜଗଦୀଶ ହରେ
ନମୋ ନିରାକାର ସର୍ବ ବିଶ୍ବାଧାର
ବ୍ୟକ୍ତ ବାଲ୍ୟ ଅଭ୍ୟନ୍ତରେ,
ପ୍ରଭୁ ବିଶ୍ବପତି ଅବଗତିର ଗତି
ଜଗ ଜଗଦୀଶ ହରେ
+ + +
ତବ ଦିବ୍ୟଜ୍ୟୋତି ପରକାଶ ନିତି
ଗ୍ରହ ତାରା ନୀଳାମ୍ବରେ,
ତବ ପୂଣ୍ୟହାସେ କୁସୁମ ବିକଶେ
ଜଗ ଜଗଦୀଶ ହରେ
ପ୍ରକାଶି କରୁଣା ମୋ ପୂଣ୍ୟ ପ୍ରେରଣା
ଦେଇଅଛ ମୋ ଅନ୍ତରେ,
କର ତାହା ସିଦ୍ଧି କରୁଣା ବାରିଧି
କର ତାହା ସିଦ୍ଧି କରୁଣା ବାରିଧି
ଜଗ ଜଗଦୀଶ ହରେ
|
------------------ |
 |
- ଉତ୍କଳମଣି ଗୋପବନ୍ଧୁ ଦାସ - |