ଆମ ଖେଳାଳୀ |
|
|
ପୂର୍ବ ପୃଷ୍ଠା |
ପ୍ରଜ୍ଞାନ ଓଝା ୨୦୧୦ ମସିହା ତୃତୀୟ ଆଇ.ପି.ଏଲ.ଟି-୨୦ କ୍ରିକେଟ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ବୋଲର ପୁରସ୍କାର ଜିତିଥିବା ଓଡ଼ିଶାର ଏହି ଖ୍ୟାତନାମା ଖେଳାଳୀଙ୍କ ନାମ ପ୍ରଜ୍ଞାନ ଓଝା ତାଙ୍କର ଜନ୍ମ ୧୯୮୬ ମସିହା ସେପ୍ଟେମ୍ବର ୫ ରେ ୨୦୦୪-୦୫ ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ଏହି ବାମହାତୀ ସ୍ପିନର ଆଇ.ପି.ଏଲ.ରେ ଡେକାନ୍ ଚାଜର୍ସ ଦଳର ପ୍ରତିନିଧିତ୍ବ କରୁଛନ୍ତି ଭାରତୀୟ ଜାତୀୟ କ୍ରିକେଟ ଦଳ ତରଫରୁ ସେ ଏ ପର୍ଯ୍ୟନ୍ତ ୩ଟି ଟେଷ୍ଟ ଓ ୯ଟି ଏକଦିବସୀୟ ମ୍ୟାଚ ଖେଳି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଜୁନ୍ ୨୦୦୮ ରେ ବଂଗଳାଦେଶ ବିପକ୍ଷରେ ସେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳିଥିଲେ ଏବଂ ନେଭେମ୍ବର ୨୦୦୯ରେ ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳି ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଇନିଂସ୍ ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ |
|
ଦିଲ୍ଲୀପ ତିର୍କୀ ପ୍ରଖ୍ୟାତ୍ ଓଡ଼ିଆ ଅନ୍ତର୍ଜାତୀୟ ହକି ଖେଳାଳୀ ଦିଲ୍ଲୀପ ତିର୍କୀଙ୍କର ଜନ୍ମ ୧୯୭୭ ମସିହା ନଭେମ୍ବର ମାସରେ, ସୁନ୍ଦରଗଡ ଜିଲ୍ଲାରେ ୧୯୯୫ ମସିହାରେ ଭାରତୀୟ ଜାତୀୟ ହକିଦଳରେ ସାମିଲ୍ ହୋଇ ଇନ୍ଦିରାଗାନ୍ଧୀ ସ୍ବର୍ଣ୍ଣକପ୍ ଟୁର୍ଣ୍ଣାମେଣ୍ଟରେ ସେ ଇଂଲଣ୍ଡ ଦଳ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିଅର୍ ଆରମ୍ଭ କରିଥିଲେ ଓଡ଼ିଶାର ଏକ ଛୋଟିଆ ଆଦିବାସୀ ଗ୍ରାମରୁ ନିଜର ଜୀବନ ଆରମ୍ଭ କରି ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ୨୦୦୨ ମସିହାରେ ଅର୍ଜ୍ଜୁନ ପୁରସ୍କାର ଓ ୨୦୦୪ ମସିହାରେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି ପ୍ରାୟ ୧୦ ବର୍ଷ ଧରି ଭାରତୀୟ ହକି ଦଳର ଅଧିନାୟକ ପଦରେ ରହିଥିବା ଶ୍ରୀ ତିର୍କୀ ତିନିଥର ଅଲମ୍ପିକ୍ ହକିରେ ଭାରତର ପ୍ରତିନିଧିତ୍ବ କରିବାର ବିରଳ ଗୌରବ ଅର୍ଜନ କରିଛନ୍ତି |
|
ଅନୁରାଧା ବିଶ୍ବାଳ ୧୯୭୫ ମସିହାରେ ଜନ୍ମ ନେଇଥିବା ଓଡ଼ିଶାର ଟ୍ରାକ୍ ଓ ଫିଲ୍ମ ପ୍ରତିଯୋଗିନୀ ଅନୁରାଧା ବିଶ୍ବାଳ ୧୦୦ ମିଟର ହଡଲର୍ସ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇଛନ୍ତି ଏହି କ୍ରୀଡାରେ ୧୩.୩୮ ସେକେଣ୍ଡ ଜାତୀୟ ରେକର୍ଡ ତାଙ୍କ ନାମରେ ରହିଅଛି ୨୦୦୦ ମସିହାରେ ବ୍ୟାଙ୍କକ୍ ଏସିଆ ଓପନ୍ ଚାମ୍ପିଅନ୍ସିପ୍ ରେ ସ୍ବର୍ଣ୍ଣପଦକ ଜିତିବା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ୨୦୦୦ ମସିହା ସିଡ଼ନି ଅଲମ୍ପିକସ୍ ରେ ସେ ଭାରତର ପ୍ରତିନିଧିତ୍ବ କରିଥିଲେ ଏପର୍ଯ୍ୟନ୍ତ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମୁଦାୟ ୮୦ଟି ସ୍ବର୍ଣ୍ଣ, ୫୦ଟି ରୌପ୍ୟ ଓ ୩୭ଟି ବ୍ରୋଞ ପଦକ ଜିଣିଛନ୍ତି |
|
ମିଶୁ ମୋର ଦେହ ଏ ଦେଶ ମାଟିରେ |
|
କାତରତା ସିନା କାପୁରୁଷ-ପଣ,
ବୀର ମାରେ ଅବା ମରେ କରି ରଣ
ପଛଘୁଞ୍ଚା ନାହିଁ ବୀରର ଜାତକେ,
ନ ମରେ ସେ କେଭେଁ ପରାଣ ଆତଙ୍କେ
+ + + +
ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ
ଦେଶର ସ୍ବରାଜ୍ୟ-ପଥେ ଯେତେ ଗାଡ଼,
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼
ସ୍ବାଧୀନତା-ପଥେ ତିଳେ ହେଲେ ନର,
ମୋ ଜୀବନ ଦାନେ ହେଉ ଅଗ୍ରସର
ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା,
ପୂରୁ ଏ ପରାଣେ ଏହି ଶେଷ ଭିକ୍ଷା
|
------------------ |
 |
- ଉତ୍କଳମଣି ଗୋପବନ୍ଧୁ ଦାସ - |