ଆମ ପର୍ଯ୍ୟଟନସ୍ଥଳୀ |
|
|
ପୂର୍ବ ପୃଷ୍ଠା |
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପାଇଁ ପ୍ରସିଦ୍ଧ ଭାରତୀୟ ଜାତୀୟ ଉଦ୍ୟାନ ଶିମିଳିପାଳ ଓଡ଼ିଶାର ମୟୂରଭଞ ଜିଲ୍ଲାରେ ଅବସ୍ଥିତ ପ୍ରାୟ ୮୪୫ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପି ରହିଥିବା ଏହି ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ଅତି ମନଲୋଭା ଏହି ଜାତୀୟ ଉଦ୍ୟାନ ଭିତରେ ଯୋରନ୍ଦା (୧୫୦ ମିଟର) ଓ ବରେହିପାଣି (୩୯୯ ମିଟର) ଭଳି ଦୁଇଟି ସୁନ୍ଦର ଜଳପ୍ରପାତ ଦେଖିବାକୁ ମିଳେ ପୂର୍ବ ଗଣନା ଅନୁଯାୟୀ ଏଠାରେ ପ୍ରାୟ ୯୯ଟି ରୟାଲ ବେଙ୍ଗଲ ଜାତୀୟ ବାଘ ଅଛନ୍ତି ଗତ ୨୦୦୯ ମସିହାରେ ଅନ୍ତର୍ଜାତୀୟ ସଂସ୍ଥା ୟୁନେସ୍କୋ ଏହାକୁ ବାୟୋସ୍ପିୟର ରିଜର୍ଭ ତାଲିକାରେ ଅନ୍ତର୍ଭୁକ୍ତ କରିଛି |
|
ଖଣ୍ଡାଧାର ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ବଣାଇଗଡ଼ ଠାରୁ ମାତ୍ର ୧୯ କିମି ଦୂରରେ ଖଣ୍ଡାଧାର ଜଳପ୍ରପାତ ଅବସ୍ଥିତ ଏହି ପ୍ରପାତର ଉଚ୍ଚତା ୨୪୪ ମିଟର ଏବଂ କେନ୍ଦୁଝର ଓ ବଣାଇ ଉଭୟ ଦିଗରୁ ଏହି ଜଳପ୍ରପାତକୁ ଦେଖିହୁଏ ସୁନ୍ଦର ପ୍ରାକୃତିକ ପରିବେଶରେ ଖଣ୍ଡାର ଧାର ପରି ଦିଶୁଥିବା ଏହି ଜଳ ପ୍ରପାତର ଦୃଶ୍ୟ ଅତି ମନୋରମ ନିକଟସ୍ଥ ଜଙ୍ଗଲର ରୂପଶୋଭା ଓ ଜଳପ୍ରପାତର ସୁନ୍ଦର ପରିବେଶ ପାଇଁ ଏହା ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି |
|
ଚିଲିକା ଓଡ଼ିଶାର ପୂର୍ବ ଉପକୂଳରେ ଥିବା ଚିଲିକା ହ୍ରଦ ଆମ ଦେଶର ସର୍ବବୃହତ୍ ଲବଣାକ୍ତ ହ୍ରଦ ଏହାର ପରିସୀମା ପ୍ରାୟ ୯୦୬ ବର୍ଗ କିଲୋମିଟର ବର୍ଷାଦିନେ ୧୧୦୦ ବର୍ଗକିଲୋମିଟରରୁ ଉର୍ଦ୍ଧ୍ବ ଅଞ୍ଚଳରେ ପରିବ୍ୟାପ୍ତ ଏହି ହ୍ରଦ ରାଜ୍ୟର ୩ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା ଓ ଗଞାମରେ ବ୍ୟାପୀ ରହିଅଛି ଦୟା ଓ ଭାର୍ଗବୀ ନଦୀ ଚିଲିକାରେ ମିଶିଛନ୍ତି ଏହି ହ୍ରଦ ମଧ୍ୟରେ କେତେଗୁଡ଼ିଏ ଦ୍ବୀପ ଓ ପାହାଡ ମଧ୍ୟ ରହିଛି ଶୀତ ଋତୁରେ ସୁଦୂର ସାଇବେରିଆ ତଥା ଅନ୍ୟାନ୍ୟ ବିଦେଶାଗତ ବିରଳ ପକ୍ଷୀମାନେ ଏହି ହ୍ରଦର ‘ନଳବଣ’ ଠାରେ ଦେଖିବାକୁ ମିଳନ୍ତି ଚିଲିକା ଅତି ସୁନ୍ଦର ପ୍ରାକୃତିକ ପରିବେଶରେ ଭରା ହ୍ରଦ ମଧ୍ୟରେ ଥିବା କାଳୀଜାଈ ମନ୍ଦିର ତଥା ବିଦେଶାଗତ ପକ୍ଷୀମାନଙ୍କୁ ଦେଖିବାପାଇଁ ଦେଶବିଦେଶରୁ ବହୁସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସନ୍ତି ଓଡ଼ିଆ କାବ୍ୟକବିତାରେ ଚିଲିକା ହ୍ରଦର ବହୁବିଧ ପ୍ରାକୃତିକ ଦୃଶ୍ୟର ବର୍ଣ୍ଣନା ଦେଖିବାକୁ ମିଳେ |
|
ମାଆ ମାଆ ବୋଲି |
|
ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ନଦେଲେ ଉତ୍ତର କେହି
+ + +
ଖୋଜିଲି ଅରଣ୍ୟେ ଜନ ସମାଜରେ
ଖୋଜିଲି ବାରିଧି ତଟ,
ସର୍ବତ୍ର ଦେଖିଲି ମାତା ପଦଚିହ୍ନ
ନ ହେଲା ମାତାର ଭେଟ
ଭୁବନେଶ୍ବରରେ ପଦଚିହ୍ନ ପରେ
ଲେଖାଅଛି ରାଜରାଣୀ,
ନୀଳାଚଳ ଧାମେ ପୂଜା ହେଉଅଛି
ହିନ୍ଦୁଜାତି ମଥାମଣି
+ + +
ଜନଜୀର ଦେଖା କରିବାର ଇଚ୍ଛା
ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
ତା’ ଧୂଳି ଲେପ ବଦନେ
|
------------------ |
 |
- ଉତ୍କଳଗୌରବ ମଧୁସୂଦନ ଦାସ - |