ଆମ ସାହିତ୍ୟରଥୀ |
|
|
ପୂର୍ବ ପୃଷ୍ଠା |
କବି ସମ୍ରାଟ ଉପେନ୍ଦ୍ର ଭଞ ୧୬୭୦ ମସିହା ମାଘ ଶୁଳ୍କ ପଞ୍ଚମୀ ସରସ୍ବତୀ ପୂଜା ଦିନ ଘୁମୁସରର କୁଲାଡ଼ ଠାରେ କବି ସମ୍ରାଟ ଉପେନ୍ଦ୍ର ଭଞଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ବାସ କରାଯାଏ ଓଡ଼ିଆ ଭାଷାରେ ଗଭୀର ଜ୍ଞାନ ସହ କାବ୍ୟ କବିତାରେ ଛନ୍ଦ ପ୍ରୟୋଗ ଦିଗରେ ତାଙ୍କର ଅଦ୍ଭୁତ ଦକ୍ଷତା ଥିଲା ତାଙ୍କଦ୍ବାରା ରଚିତ କାବ୍ୟ ସମୂହ ମଧ୍ୟରେ ‘ଲାବଣ୍ୟନିଧି’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ପ୍ରେମ ସୁଧାନିଧି’, ‘ବୈଦେହୀଶ ବିଳାସ’ ଓ ‘ରସିକ ହାରାବଳୀ’ ଆଦି ଓଡ଼ିଶାର ଘରେ ଘରେ ପରିଚିତ ସଂସ୍କୃତ ସାହିତ୍ୟ ଉପରେ ମଧ୍ୟ ତାଙ୍କର ଗଭୀର ଦକ୍ଷତା ଥିଲା ଓ ଓଡ଼ିଆ ସାହିତ୍ୟରେ ରୀତିଯୁଗୀୟ କାବ୍ୟ ପରମ୍ପରାର ସେ ଥିଲେ ମୁଖ୍ୟ ପୁରୋଧା ରାଜବଂଶରେ ଜନ୍ମ ନେଇ ମଧ୍ୟ ସେ ରାଜ୍ୟଶାସନ କରିନଥିଲେ ସତ, ମାତ୍ର ସେ ଥିଲେ ଓଡ଼ିଆ କାବ୍ୟ ଜଗତର ଅପ୍ରତିତ୍ବନ୍ଦୀ ସମ୍ରାଟ |
|
ଗଙ୍ଗାଧର ମେହେର ଗଙ୍ଗାଧର ମେହେର ୧୮୬୨ ମସିହା ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲ୍ଲାର ବରପାଲି ଗ୍ରାମର ଏକ ମୂଲିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ ଚୈତନ୍ୟ ମେହେର ଓଡ଼ିଆ ସାହିତ୍ୟରେ ପ୍ରାଚୀନ ରୀତିଯୁଗର ପରମ୍ପରା ଓ ଆଧୁନିକତାର ସନ୍ଧିକ୍ଷଣରେ ସେ କାବ୍ୟ ସାଧନା କରିଥିଲେ ଆର୍ଥିକ ଅନଟନ, ଶିକ୍ଷାଗତ ସ୍ବଳ୍ପତା, ସମସ୍ୟାବହୁଳ ଜୀବନ ଓ ପ୍ରତିକୂଳ ପରିସ୍ଥିତି ଭିତରେ ବି ଦୃଢ ମନୋବଳ ଓ ଗଭୀର ସାଧନା ବଳରେ ସେ ‘ପ୍ରଣୟବଲ୍ଲରୀ’ ଓ ‘ତପସ୍ବିନୀ’ ଭଳି ଅମରକୃତିମାନ ସୃଷ୍ଟି କରିଯାଇଛନ୍ତି ତାଙ୍କ ରଚିତ ଅନ୍ୟ ପ୍ରମୁଖ କାବ୍ୟ ଗୁଡ଼ିକ ହେଲା ‘ରସରତ୍ମାକର’, ‘ଅହଲ୍ୟାସ୍ତବ’ ଓ ‘ କୀଚକ ବଧ’ ସ୍ବଭାବକବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତାରେ ପ୍ରକୃତି ବର୍ଣ୍ଣନା ଓ ଏହାର ସଂଗୀତମୟତା ପାଠକଙ୍କୁ ଅଭିଭୂତ କରେ |
|
ଫକୀର ମୋହନ ସେନାପତି ବାଲେଶ୍ବରର ମଲ୍ଳିକାଶପୁର ଠାରେ ୧୮୪୩ ମସିହା ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଫକୀର ମୋହନଙ୍କର ଜନ୍ମ ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାତାଙ୍କ ନାମ ତୁଳସୀ ଦେଈ ଅତି ପିଲାଟିଦିନରୁ ଫକୀର ମୋହନ ନିଜ ପିତାମାତାଙ୍କୁ ହରାଇଥିଲେ ଏବଂ ତାଙ୍କର ଜେଜେମା କୁଚିଳା ଦେଈଙ୍କ ଦ୍ବାରା ଲାଳିତ ପାଳିତ ହୋଇଥିଲେ ଯେତେବେଳେ ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ନୁହେଁ ବୋଲି ପ୍ରଚାର ଚାଲିଥିଲା, ସେତେବେଳେ ସେ ନିଜ ଚେଷ୍ଟାରେ ବାଲେଶ୍ବରରେ ଓଡ଼ିଆ ଛାପାଖାନା ପ୍ରତିଷ୍ଠା କରି ଓଡ଼ିଆ ଭାଷାକୁ ନୂତନ ଜୀବନ ଦେବାକୁ ଚେଷ୍ଟା କରିଥିଲେ ଫକରୀ ମୋହନ ୪ ଗୋଟି ଚମତ୍କାର ଉପନ୍ୟାସ-‘ଛମାଣ ଆଠଗୁଣ୍ଠ’, ‘ମାମୁଁ, ‘ଲଛମା’ ଓ ’ପ୍ରାୟଶ୍ଚିତ’ ରଚନା କରିଥିଲେ ତାଙ୍କ ଦ୍ବାରା ରଚିତ ‘ରେବତୀ’ କ୍ଷୁଦ୍ରଗଳ୍ପ ଓଡ଼ିଆ ଭାଷାର ପ୍ରଥମ କ୍ଷୁଦ୍ରଗଳ୍ପର ମାନ୍ୟତା ପାଇଛି ଏହାଛଡା ‘ଡାକମୁନ୍ସୀ’, ‘ଧୂଳିଆବାବା’, ‘ରାଣ୍ଡିପୁଅ ଅନନ୍ତା’, ‘ପେଟେଣ୍ଟ ମେଡ଼ିସିନ’ ଭଳି ତାଙ୍କର ଆହୁରି ଅନେକ ଜନପ୍ରିୟ କ୍ଷୁଦ୍ରଗଳ୍ପ ରହିଛି ଓଡ଼ିଆ ସାହିତ୍ୟକୁ ନୂତନ ଜୀବନ୍ୟାସ ଦେଇଥିବା ଏହି ମହାପୁରୁଷଙ୍କୁ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବୋଲି କୁହାଯାଇଥାଏ |
|
ଆହେ ଦୟାମୟ ବିଶ୍ବବିହାରୀ |
|
ଆହେ ଦୟାମୟ ବିଶ୍ବବିହାରୀ,
ଘେନ ଦୟାବହି ମୋର ଗୁହାରୀ
ଜଳ ସ୍ଥଳ, ବନ, ଗିରି, ଆକାଶ,
ତୁମ ଲୀଳା ସବୁଠାରେ ପ୍ରକାଶ
ତୁମେ ଶୁଭବୁଦ୍ଧି ପରା ଶିଖାଅ,
ତୁମେ ଭଲବାଟ ପରା ଦେଖାଅ
ମୋର କାମକୁ କରାଅ ସରସ,
ମୋର ମୁଖେ ଦିଅ ଚିର ହରଷ
ତୁମ ଚରଣରେ ମୋର ଭକତି,
ଦିଅ ବିପଦେ ସାହସ ଶକତି
କୂଟ କପଟ ସ୍ବଭାବ ଯାହାର,
ତାଙ୍କୁ ଦୂରୁଁ ମୁଁ କରଇ ଜୁହାର
ମୋତେ ନ ମିଶାଅ ତାଙ୍କ ସାଥିରେ,
ସଦା ରଖ ସାଧୁଜନ କତିରେ
ଦୟା ବିନୟ ହେଉ ମୋ ଭୂଷଣ,
କାହା ମନେ ନ ଦିଏଁ ମୁଁ କଷଣ
ଦୁଃଖୀ ଅରକ୍ଷିତ ସେବା କାରଣେ,
ବଳ ଦିଅ ମୋର କର ଚରଣେ
ସତ କହିବାକୁ କିଆଁ ଡରିବି,
ସତ କହି ପଛେ ମଲେ ମରିବି
ମୋତେ ଏତିକି ଶିଖାଅ ସାଇଁହେ,
ମୋର ଧନ, ଜନ ଲୋଡା ନାଇଁ ହେ
|
------------------ |
 |
- ରାମକୃଷ୍ଣ ନନ୍ଦ - |
|