ଆମ ସ୍ବାଧୀନତା ସେନାନୀ |
|
|
ପୂର୍ବ ପୃଷ୍ଠା |
ଉତ୍କଳ ଗୌରବ ମଧୁସୂଦନ ଦାସ (୧୮୪୮-୧୯୩୪) ସ୍ବତନ୍ତ୍ର ଉତ୍କଳ ଗଠନର ମୁଖ୍ୟ ପୁରୋଧା କୁଳବୃଦ୍ଧ ମଧୁସୂଦନ ଦାସ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଏବଂ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ ସେ ଥିଲେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍, ପ୍ରଥମ ଓଡ଼ିଆ ଏମ୍.ଏ. ପ୍ରଥମ ଓଡ଼ିଆ ବିଲାତ ଯାତ୍ରା, ଓଡ଼ିଶାର ପ୍ରଥମ ଏଲ.ଏଲ.ବି. ବିହାର ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ଜିଲ୍ଲା ପରିଷଦର ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ସଦସ୍ୟ ବିନା ଦରମାରେ ମନ୍ତ୍ରୀତ୍ବ ପାଇଁ ତାଙ୍କର ଦୃଢ ଦାବି ଗୃହୀତ ନ ହେବାରୁ ସେ ମନ୍ତ୍ରୀତ୍ବ ତ୍ୟାଗ କରିଥିଲେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରି ଏବଂ ଉତ୍କଳ ଆର୍ଟ ୱାର୍କସ୍ ବ୍ୟବସାୟିକ ସାଧୁତା ଓ ଶିଳ୍ପଗତ ଉତ୍କର୍ଷ ପାଇଁ ପ୍ରଭୂତ ପ୍ରସିଦ୍ଧି ଅର୍ଜନ କରିଥିଲା ସ୍ବତନ୍ତ୍ର ଓଡ଼ିଶା ଗଠନ ଓ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନିରବଚ୍ଛିନ୍ନ ଉଦ୍ୟମର ପଟାନ୍ତର ନାହିଁ |
|
ଉତ୍କଳମଣି ଗୋପବଂଧୁ (୧୮୭୭-୧୯୨୮) ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଦୈତାରିଦାସ ଓ ସ୍ବର୍ଣ୍ଣମୟୀ ଦେବୀଙ୍କ କୋଳରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବଂଧୁ ଦାସ ଜନ୍ମ ନେଇଥିଲେ ସମାଜସେବା ଲାଗି ନିଜର ଜୀବନକୁ ଉତ୍ସର୍ଗ କରିଥିବା ଏହି ମହାପୁରୁଷ ମୃତ୍ୟୁଶଯ୍ୟାରେ ନିଜର ପୁଅକୁ ଛାଡ଼ିଦେଇ ବନ୍ୟା ପ୍ରପୀଡ଼ିତ ମାନଙ୍କୁ ରିଲିଫ୍ ବାଣ୍ଟିବାକୁ ଚାଲିଯାଇଥିଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ, ଓଡ଼ିଶାରେ କଂଗ୍ରେସ ସଂଗଠନ, ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା ଓ ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ’ ଭଳି ବହୁମୂଲ୍ୟ ସାହିତ୍ୟ କୃତୀ ଗୋପବନ୍ଧୁଙ୍କୁ ଅମର କରିଛି ଦରିଦ୍ର ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ସେବା ପାଇଁ ଗୋପବନ୍ଧୁ ଦାସ ଓଡ଼ିଶାର ଘରେ ଘରେ ପରିଚିତ ସେ ଥିଲେ ଯଥାର୍ଥରେ ଉତ୍କଳର ରତ୍ନ-‘ଉତ୍କଳମଣି’ ୧୯୨୮ ମସିହା ଜୁନ୍ ୧୭ ତାରିଖରେ ନେତ୍ରୋତ୍ସବ ଦିନ ତାଙ୍କର ଦେହାନ୍ତ ହୋଇଥିଲା |
|
ମହାରାଜ କୃଷ୍ଣଚନ୍ଦ୍ର ଗଜପତି (୧୮୯୨-୧୯୭୪) ପାରଳାର ମହାରାଜା ଗୌରଚନ୍ଦ୍ର ଗଜପତି ଓ ରାଧାମଣିଦେବୀଙ୍କର ସୁପୁତ୍ର କୃଷ୍ଣଚନ୍ଦ୍ର ୧୮୯୨ ମସିହା ଏପ୍ରଲ ୨୬ରେ ଜନ୍ମ ଗ୍ରହଣ କରିଥିଲେ ପିତାଙ୍କ ଅନ୍ତେ ସେ ୧୯୧୩ ମସିହାରେ ପାରଳାଖେମୁଣ୍ଡିର ରାଜପଦରେ ଅଭିଷିକ୍ତ ହେଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ନେଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ଗୋଲ ଟେବୁଲ ବୈଠକରେ କ୍ରମାଗତ ଦୁଇଥର ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ ଏବଂ ଓଡ଼ିଶା ରାଜ୍ୟ ଗଠନର ଦୃଢ ଦାବି ରଖିଥିଲେ ତାଙ୍କର ନିରବଚ୍ଛିନ୍ନ ସଂଗ୍ରାମ ବଳରେ ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ପାଇଲା ଓଡ଼ିଶା ଜାତୀୟ ଦଳ (ଓଡ଼ିଶା ନାସନାଲ ପାର୍ଟି) ତରଫରୁ ନିର୍ବାଚନ ଜିଣି ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ (ମୁଖ୍ୟମନ୍ତ୍ରୀ) ରୂପେ ଶପଥ ଗ୍ରହଣ କରିଥିଲେ ଦକ୍ଷ ପ୍ରଶାସକ, ସ୍ବାଧୀନତା ସଂଗ୍ରାମୀ ଓ ଓଡ଼ିଶା ପ୍ରଦେଶ ଗଠନର ମହାନ୍ ପୁରୋଧା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ୧୯୭୪ ମସିହା ମେ ୨୫ ତାରିଖରେ ଇହଲୀଳା ସାଙ୍ଗ କରିଥିଲେ |
|
ସବୁଠୁ ମିଠା |
|
ଯେତେ ଡାକ ଅଛି ଦୁନିଆ ଭିତରେ
ମାଆ ଡାକ ବେଶି ମିଠା,
ଯେତେ ପିଠା ଅଛି ସୁଆଦିଆ ଲାଗେ
ସବୁଠୁ କାକରା ପିଠା
ପିଲାଙ୍କ ଭିତରେ ଭଲପାଏ ତାକୁ
କହେ ଯିଏ ନିତି ସତ,
ମିତ ମୋର ସିଏ ସାଙ୍ଗଙ୍କ ଭିତରେ
କରେ ଯିଏ ପର ହିତ
ସହର ବଜାର ଯେତେ ଯହିଁ ଯାଏ
ଭଲ ଲାଗେ ଆମ ଗାଆଁ,
ବଡ ହେଲେ ମୁହିଁ କରିବି ତା’ ସେବା
ରଖିବି ତାହାରି ନାଆଁ
|
------------------ |
|
- ଜାତୀୟ କବି ବୀରକିଶୋର ଦାସ - |