୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଆମ ଓଡ଼ିଶା ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା-୨୦୧୧ Download  
ଆମ ଓଡ଼ିଶା ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା-୨୦୧୧ ୫୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଲେ ଆମ ଓଡ଼ିଶା ପକ୍ଷରୁ ଆଜି ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି୤ ୧୮୭୯ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୭,୦୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାକେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିଲା୤ ଫେବୃଆରି ଶେଷ ସପ୍ତାହ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ୤ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ଆୟୋଜନ କରାଯାଇଥିଲା୤ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ କେନ୍ଦ୍ରରେ ପୂର୍ବାହ୍ନ ୧୧ଟା ବେଳେ ପରୀକ୍ଷା ଆରମ୍ଭ ହୋଇଥିଲା୤ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଲକ୍ଷ୍ୟ କରାଯାଇଥିଲା୤ ପୂର୍ବାହ୍ନ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ଯାଇଥିଲେ୤ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଶିକ୍ଷକଙ୍କୁ ସାକ୍ଷାତ କରି ପରୀକ୍ଷା ହଲରେ ବସିଥିଲେ୤ରାଜ୍ୟର ମୋଟ ୭୪୭ ହାଇସ୍କୁଲ ଓ ୧୧୩୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ହୋଇଥିଲା୤ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷାରେ ଯଥାକ୍ରମେ ୨୮,୭୭୪ ଓ ୨୮,୨୫୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ୤ରାଉରକେଲାରେ ସର୍ବାଧିକ ୩,୩୯୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ୤ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ପରୀକ୍ଷା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ୤ ସମ୍ବାଦ ଓ ଆମ ଓଡ଼ିଶାର କର୍ମକର୍ତ୍ତାମାନଙ୍କ ତତ୍ତ୍ବାବଧାନରେ ପରୀକ୍ଷା ଆୟୋଜନ କରାଯାଇଥିଲା୤ ଖୁବ୍ ଶୀଘ୍ର ପରୀକ୍ଷା ଖାତାଗୁଡ଼ିକର ମୂଲ୍ୟାୟନ ଆରମ୍ଭ ହେବ୤ଫେବ୍ରୁଆରି ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ୤କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ୤ ପରୀକ୍ଷା କାର୍ଯ୍ୟ ସୁରୁଖୁରୁରେ ଶେଷ ହୋଇଥିବାରୁ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ,ଅଭିଭାବକ,ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |