୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
କିଟ୍ ରେ ରେକର୍ଡ ୧୫୨୪ ୟୁନିଟ୍ ସଂଗ୍ରହ Download  
ଆମ ଓଡ଼ିଶା ରକ୍ତଦାନ ଶିବିର କିଟ୍ ରେ ରେକର୍ଡ ୧୫୨୪ ୟୁନିଟ୍ ସଂଗ୍ରହ ଭୁବନେଶ୍ବର :- ଆମ ଓଡ଼ିଶା ରକ୍ତଦାନ ଅଭିଯାନ ଆଜି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି୤କିଟ୍ ବିଶ୍ବବିଦ୍ୟାଳୟର କିମସ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଆଜି ମୋଟ ୧୫୨୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି୤ ୧୧ଟି ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମକର୍ତ୍ତାମାନେ ଏହି ଶିବିରରେ ଅଂଶ ଗ୍ରହଣ କରି ରକ୍ତ ସଂଗ୍ରହରେ ସହାୟତା କରିଥିଲେ୤ ରକ୍ତଦାତାଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଥିଲେ ପ୍ରଥମ ଥର ରକ୍ତଦାନ କରୁଥିବା ଛାତ୍ରଛାତ୍ରୀ୤ ଏହି ଯୁବଗୋଷ୍ଠୀ ମଧ୍ୟରେ ଅଧିକାଂଶ ଛାତ୍ରୀ ସାମିଲ ହୋଇ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ୤ ଗୁରୁତ୍ବପୂର୍ଣ୍ଣ ହେଉଛି, ଆଜି ଏହି ରକ୍ତଦାନ ଶିବିରରେ ଯେଉଁମାନେ ରକ୍ତଦାନ କରିଛନ୍ତି ସେମାନଙ୍କ ମଧ୍ୟରେ ଏକ ଅଭୂତପୂର୍ବ ଉନ୍ମାଦନା ଲକ୍ଷ୍ୟ କରାଯାଇଥିଲା୤ ଯେଉଁମାନେ ରକ୍ତ ଦେଉଥିଲେ ସେମାନେ ରକ୍ତଦାନ କରିଥିବାରୁ ଗର୍ବ ଅନୁଭବ କରିବା ସହିତ ଆଗାମୀ ଦିନରେ ପୁଣି ରକ୍ତଦାନ କରିବେ ବୋଲି କହୁଥିଲେ୤ ତେଣୁ ଉଭୟ ‘ଆମ ଓଡ଼ିଶା’ ଓ କିଟ୍ କର୍ତୃପକ୍ଷଙ୍କୁ ଏହି ଯୁବଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବାକୁ ପରିଶ୍ରମ କରିବାକୁ ପଡ଼ିଥିଲା୤ ବିଶେଷତଃ ଯେଉଁ ଛାତ୍ରଛାତ୍ରୀଙ୍କ ବୟସ ୧୮ ବର୍ଷରୁ କମ୍ ଓ ଯେଉଁମାନଙ୍କର ଶାରୀରିକ ଓଜନ ରକ୍ତଦାନ ପାଇଁ ଧାର୍ଯ୍ୟ ଓଜନ ଠାରୁ କମ୍,ସେମାନଙ୍କୁ ଡ଼ାକ୍ତର ରକ୍ତଦାନ ପାଇଁ ଅନୁପଯୁକ୍ତ ଘୋଷଣା କରିବା ପରେ ସେମାନେ ଆମେ ବି ରକ୍ତ ଦେବୁ ବୋଲି କହି ଜିଦ୍ କରୁଥିଲେ୤ ସେମାନଙ୍କୁ ବୁଝାସୁଝା କରି ପରବର୍ତ୍ତୀ ଶିବିରରେ ରକ୍ତଦାନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଥିଲା୤ ସକାଳ ୮ଟାରେ କିମ୍ସ ପରିସରରେ ଆରମ୍ଭ ହୋଇଥିଲା ଏହି ମେଗା ରକ୍ତଦାନ ଶିବିର୤ ଏହି ଉପଲକ୍ଷେ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ୤ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରକ୍ତଦାନ ଦ୍ବାରା କେହି କାହାରିକୁ ଦୟା କରୁ ନାହିଁ, ବରଂ ନିଜେ ସୁସ୍ଥ ରହିବା ପାଇଁ ରକ୍ତଦାନ କରିବା ନିହାତି ଆବଶ୍ୟକ୤ ରକ୍ତ କୃତ୍ରିମ ଉପାୟରେ ଉତ୍ପାଦନ କରାଯାଇ ପାରିବ ନାହିଁ୤ ଏଥିପାଇଁ ଇଶ୍ବର ମଣିଷ ଶରୀରକୁ ହିଁ ବାଛିଛନ୍ତି୤ ତେଣୁ ଏ ପରିପ୍ରେକ୍ଷୀରେ ମଣିଷ ରକ୍ତଦାନ କରିବା ପାଇଁ ବସ୍ତୁତଃ ବାଧ୍ୟ୤ ଯେଉଁମାନେ ରକ୍ତଦାନ କରୁଛନ୍ତି ସେମାନେ କର୍ତବ୍ୟ କରିବା ସହିତ ସମାଜ ପ୍ରତି ଥିବା ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦିତ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ୤ ସେହିପରି ଏହି ଉତ୍ସବରେ ରେଡ୍ କ୍ରସ ଓଡ଼ିଶା ଶାଖାର ସମ୍ପାଦକ ଡ.ମଙ୍ଗଳା ପ୍ରସାଦ ମହାନ୍ତି ଅତିଥି ଭାବେ ଯୋଗ ଦେଇ କହିଲେ, ଆଜି ଜଣଙ୍କ ରକ୍ତ ୪ ଜଣ ରୋଗୀଙ୍କୁ ବଞ୍ଚାଉଛି୤ ଓଡ଼ିଶାର ୪ କୋଟି ଲୋକଙ୍କ ପାଇଁ ଅନ୍ୟୁନ ୪ ଲକ୍ଷ ରକ୍ତ ଦରକାର୤ ତେଣୁ ଯୁବକମାନେ ଏହି ଅଭିଯାନରେ ସାମିଲ ହେବାକୁ ଡ. ମହାନ୍ତି ଆହ୍ବାନ ଦେଇଥିଲେ୤ ଅନ୍ୟମାନଙ୍କ ମଧ୍ୟରେ ଡ. ଏସ୍.ସି.ଦାଶ ଓ ଡ.ବି.ସି ଦାସ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ୤ କିମସ୍ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୧୫୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଛି୤ ଗୋଟିଏ ଦିନରେ, ଗୋଟିଏ କ୍ୟାମ୍ପରେ, ଗୋଟିଏ ଅନୁଷ୍ଠାନରୁ ପୂର୍ବରୁ ଏତେ ସଂଖ୍ୟକ ରକ୍ତ ସଂଗ୍ରହ ହୋଇ ନଥିଲା୤ ଏହି ରକ୍ତଦାନ ଶିବିର ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦର ରାଜ୍ୟ ସଂଯୋଜକ ସ୍ବରୁପ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା୤ ଏଥିରେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କର ଡ.ଦେବାଶିଷ ମିଶ୍ର ଓ ସହଯୋଗୀ , ଭୁବନେଶ୍ବର ମ୍ୟୁନିସିପାଲିଟି ଡାକ୍ତରଖାନା ବ୍ଲଡ୍ ବ୍ୟାଙ୍କର ଡ. ଆର୍.ସି.ବେହେରା ଓ ସହଯୋଗୀ, କଟକ ଏସସିବି ମେଡ଼ିକାଲ କଲେଜ ହସ୍ପିଟାଲ୍ ବ୍ଲଡ୍ ବ୍ୟାଙ୍କର ଡ.ବୀଣାପାଣି ତ୍ରିପାଠୀ ଓ ସହଯୋଗୀ, କଟକ କେନ୍ଦ୍ରୀୟ ରକ୍ତଭଣ୍ଡାରର ଡ.ମହେନ୍ଦ୍ର ମାଝି ଓ ସହଯୋଗୀ,ପୁରୀ ବ୍ଲଡ୍ ବ୍ୟାଙ୍କର ଡ. ରାଜଶ୍ରୀ ପଟ୍ଟନାୟକ ଓ ସହଯୋଗୀ, ନୟାଗଡ଼ ବ୍ଲଡ୍ ବ୍ୟାଙ୍କର ଡ.ଆଲୋକଜ୍ୟୋତି ସାହୁ ଓ ସହଯୋଗୀ, କେନ୍ଦୁଝର ବ୍ଲଡ ବ୍ୟାଙ୍କର ଡ.ପ୍ରତାପ ଚନ୍ଦ୍ର ରଣା ଓ ସହଯୋଗୀ,ଜଗତସିଂହପୁର ବ୍ଲଡ୍ ବ୍ୟାଙ୍କର ଡ.ଧନଞ୍ଜୟ ବେହେରା ଓ ସହଯୋଗୀ ଏବଂ କିମସ୍ ବ୍ଲଡ୍ ବ୍ୟାଙ୍କର ଡ.ବେଣୁଧର ଶତପଥୀ ଓ ଡ.ନିରଞ୍ଜନ ବ୍ରହ୍ମା ତଥା ସହଯୋଗୀମାନେ ଅଂଶ ଗ୍ରହଣ କରିଥିଲେ୤ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ବ ବିଦ୍ୟାଳୟର ଯୁଗ୍ମ କୁଳସଚିବ ଡ.ସୁଚେତା ପ୍ରିୟବାଦିନୀ,ଏସ୍ ରାଉତ,ପିକେ ରାଉତ,ମଞ୍ଜୁଳା ନାୟକ,ଡ.ମୋତିଲାଲ ଦାସ,ଦିଲ୍ଲୀପ ବେହେରା,ପ୍ରଫେସର ଶ୍ୟାମ କିଶୋର , ଡ.ଶ୍ରୀମନ୍ତ କୁମାର ଦାଶ,ଡ.ସି.କେ ପାଣିଗ୍ରାହୀ, ‘ସମ୍ବାଦ’ର ଜେଏମ୍ଡ଼ି ସଞ୍ଜୀବ କୁମାର ମହାନ୍ତି, ସିଓଓ କମଳାକାନ୍ତ ମହାପାତ୍ର, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର,‘ଆମ ଓଡ଼ିଶା’ର ଉପ ସଭାପତି ଦାଶ ବେନହୁର, ପ୍ରକାଶନ ବିଭାଗର ମୁଖ୍ୟ ଅସିତ ମହାନ୍ତି, ଆମ ଓଡ଼ିଶା ରକ୍ତଦାନ ଅଭିଯାନର ସଂଯୋଜକ ଶିଶିର ସାହୁ, ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ୤ ଏହି କାର୍ଯ୍ୟକ୍ରମ ପରିଚାଳନାରେ କିଟ୍ ବିଶ୍ବ ବିଦ୍ୟାଳୟର ଏକ ଶହରୁ ଉର୍ଧ୍ବ ସ୍ବେଚ୍ଛାସେବୀ, ଆମ ଓଡ଼ିଶା ଓ ‘ସମ୍ବାଦ’ର କର୍ମକର୍ତାମାନେ ସହଯୋଗ କରିଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |