୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଆମ ଓଡ଼ିଶା ରକ୍ତଦାନ ଅଭିଯାନ-୨୦୧୧ Download  
ସମସ୍ତ ୩୧୪ ବ୍ଲକ୍ରେ ରକ୍ତଦାନ ଶିବିର ମୋଟ ୪୮ହଜାର ୟୁନିଟ୍ ଟପିଲା ରକ୍ତଦାନ ଅଭିଯାନର ଷଷ୍ଠ ବର୍ଷରେ ‘ଆମ ଓଡ଼ିଶା’ ରାଜ୍ୟର ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ତିନି ତିନିଟି ନୂଆ ରେକର୍ଡ଼ କରିବାର ବିରଳ କୃତିତ୍ବ ଅର୍ଜନ କରିଛି୤ ପ୍ରଥମ ଥର ପାଇଁ ଗୋଟିଏ ବର୍ଷ ମଧ୍ୟରେ ସର୍ବଧିକ ୮୦୨ଟି ଶିବିର ଆୟୋଜନ କରିଛି,ସର୍ବଧିକ ୪୮,୦୬୧ ୟୁନିଟ୍ ରକ୍ତ ସଂଗ୍ରହ କରିଛି ଏବଂ ରାଜ୍ୟର ୩୧୪ଟି ଯାକ ବ୍ଲକରେ ରକ୍ତଦାନ ଅଭିଯାନକୁ ପହଞ୍ଚାଇ ସାରା ଓଡ଼ିଶାକୁ ରକ୍ତର ବନ୍ଧନରେ ବାନ୍ଧିଦେଇଛି୤ ‘ଆମ ଓଡ଼ିଶା’ ପକ୍ଷରୁ ୨୦୦୬ ମସିହାରେ ପ୍ରଥମ କରି ଏହି ରକ୍ତଦାନ ଅଭିଯାନ ଆରମ୍ଭ କରାଯାଇଥିଲା୤ ସେ ବର୍ଷ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସପ୍ତାହବ୍ୟାପୀ ପ୍ରତୀକାତ୍ମକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୯୨୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା୤ ୨୦୦୭ ବର୍ଷ ଠାରୁ ଏହାକୁ ସାରାବର୍ଷର ନିୟମିତ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରାଯାଇ ୨୦୧୦ ପଞ୍ଚମ ବର୍ଷରେ ମୋଟ ୫୧୫ଟି ଶିବିରରେ ୨୭୦୦୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା୤ ବିଗତ ବର୍ଷ ଗୁଡ଼ିକରେ ରାଜ୍ୟର ସମସ୍ତ ବ୍ଲକରେ ଏହି ଶିବିର ଆୟୋଜନ କରିବାର ଲକ୍ଷ୍ୟ ରଖାଯାଇ ଥିଲେ ମଧ୍ୟ ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇ ପାରିନଥିଲା୤ ୨୦୧୧ ବର୍ଷରେ ରକ୍ତଦାନ ଶିବିର ଆୟୋଜନ ତଥା ରକ୍ତସଂଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’ ନିଜର ପୂର୍ବ ରେକର୍ଡ଼ ଭାଙ୍ଗିବା ସହିତ ରାଜ୍ୟର ୩୧୪ଟି ଯାକ ବ୍ଲକରେ ରକ୍ତଦାନ ଶିବିର ଆୟୋଜନ କରି ଆଉ ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛି୤ଓଡ଼ିଶାର ୩୦ଟି ଜିଲ୍ଲା ସହିତ ଭୁବନେଶ୍ବର,ଆନନ୍ଦପୁର,ରାଇରଙ୍ଗପୁର,ଭଞ୍ଜନଗର ଓ ରାଉରକେଲାକୁ ମିଶାଇ ମୋଟ ୩୫ଟି ‘ସମ୍ବାଦ ଜିଲ୍ଲା’ ତଥା ୮ଟି ‘ସମ୍ବାଦ ଜୋନ୍’ରେ ବିଭକ୍ତ କରାଯାଇ ସାରା ରାଜ୍ୟରେ ୨୦୧୧ ବର୍ଷର ଏହି ରକ୍ତଦାନ ଅଭିଯାନ ପରିଚାଳନା କରାଯାଇଥିଲା୤‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସମସ୍ତ ଜିଲ୍ଲା ଓ ବ୍ଲକ୍ ପ୍ରତିନିଧି ଏବଂ ଅଗଣିତ ସ୍ବେଚ୍ଛାସେବୀ ଓ ଶୁଭେଛୁ ଏଥିରେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ୤ ଏଥିରେ ଭୁବନେଶ୍ବରରୁ ସର୍ବଧିକ ୧୦,୯୯୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଅନୁଗୁଳ ଜୋନ୍ରୁ ୧୦,୦୯୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି୤ କଟକ,ସମ୍ବଲପୁର ଓ ବାଲେଶ୍ବର ଜୋନରୁ ୬୦୦୦ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଜୟପୁର ଓ ବ୍ରହ୍ମପୁର ଜୋନରୁ ୩୩୦୦ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି୤ରାଉରକେଲା ଜୋନରୁ ୧୫୦୦ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି୤ ଏହି ବିରଳ ସଫଳତା ହାସଲରେ ସହାୟକ ହୋଇଥିବାରୁ ସମସ୍ତ ସ୍ବେଚ୍ଛା ରକ୍ତଦାତା,ସହଯୋଗୀ ଅନୁଷ୍ଠାନ ଓ ରକ୍ତଭଣ୍ଡାର କର୍ତ୍ତପକ୍ଷ,ଅଗଣିତ ଶୁଭେଚ୍ଛୁ ଓ ସ୍ବେଚ୍ଛାସେବୀଙ୍କୁ ତଥା ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସମସ୍ତ କର୍ମମର୍ତ୍ତଙ୍କୁ ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି୤ରାଜ୍ୟରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ ଏହି ଲକ୍ଷ୍ୟ ନେଇ ‘ଆମ ଓଡ଼ିଶା’ପକ୍ଷରୁ ଏହି ରକ୍ତଦାନ ଅଭିଯାନ ଚାଲିଛି୤ ଏଣୁ ପୂର୍ବବର୍ଷ ଗୁଡ଼ିକପରି ୨୦୧୨ ବର୍ଷରେ ମଧ୍ୟ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବା ପାଇଁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |