୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଯୁବ ସ୍ବାଭିମାନ ଦିବସରେ ୩୦୮୨ ୟୁନିଟ୍ ରକ୍ତ ସଂଗ୍ରହ Download  
ଯୁବ ସ୍ବାଭିମାନ ଦିବସରେ ୩୦୮୨ ୟୁନିଟ୍ ରକ୍ତ ସଂଗ୍ରହ ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦୮୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ୤ ସମ୍ବଲପୁର ଜୋନରୁ ସର୍ବଧିକ ୧୨୯୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ବାଲେଶ୍ବର ଜୋନରୁ ୬୭୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି୤ ବିଭିନ୍ନ ସ୍ଥାନରେ ୩୮ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା୤ ଏହି ଶିବିର ମଧ୍ୟରୁ ସମ୍ବଲପୁରର ଭୁଷଣ ଷ୍ଟିଲ୍ ପ୍ଲାଣ୍ଟ ଶିବିରରୁ ସର୍ବଧିକ ୩୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ୤ ସେହିପରି ମୟୁରଭଂଜଠାରେ ଆୟୋଜିତ ଶିବିରରୁ ୨୬୬, ବାଲେଶ୍ବର ରୋଟାରୀ ଭବନରେ ଆୟୋଜିତ ଶିବିରରୁ ୨୨୬, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଶିବିରରୁ ୧୦୭, ବଲାଙ୍ଗୀର ଗାନ୍ଧୀଭବନ ପରିସରରେ ଆୟୋଜିତ ଶିବିରରୁ ୧୦୮, ସମ୍ବଲପୁର ଜିଏମ୍ କଲେଜ ଶିବିରରୁ ୯୧,ସମ୍ବାଦ ଭବନ ଶିବରରୁ ୧୩୨,ମହିଳା କଲେଜ ଶିବିରରୁ ୩୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ୤ ଅନ୍ୟ ଜୋନ୍ ମାନଙ୍କ ମଧ୍ୟରୁ ଅନୁଗୁଳ ଜୋନରୁ ୧୬୧ ୟୁନିଟ୍,କଟକରୁ ୩୮୯, ଭୁବନେଶ୍ବରରୁ ୧୯୫, ବ୍ରହ୍ମପୁରରୁ ୭୯,ଜୟପୁରରୁ ୨୩୯,ରାଉରକେଲା ଜୋନରୁ ୪୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି୤ କଟକ ମହାନଗର ନିଗମ ଅଂଚଳର ୬୦ଟି ଅନୁଷ୍ଠାନ ଜରିଆରେ ଦୁଇଟି ଭ୍ରାମ୍ୟମାଣ ଗାଡ଼ିରେ ରକ୍ତ ସଂଗ୍ରହ କରାଯାଇଥିଲା ୤ ଏହି ଅନୁଷ୍ଠାନମାନଙ୍କ ଜରିଆରେ ୧୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା୤ ଏହି ସବୁ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିବା ବିଭିନ୍ନ ବ୍ଲଡ଼୍ ବ୍ୟାଙ୍କର କର୍ମଚାରୀ, ଡ଼ାକ୍ତର ଓ ରକ୍ତଦାତାମାନଙ୍କୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଗଭୀର କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |