୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
୮୨୮ଟି ଶିବିରର ସର୍ବକାଳୀନ ରେକର୍ଡ଼ Download  
୮୨୮ଟି ଶିବିରର ସର୍ବକାଳୀନ ରେକର୍ଡ଼ ଭୁବନେଶ୍ବର,୧/୧(ଇମିସ) ଆମ ଓଡ଼ିଶା ରକ୍ତଦାନ ଅଭିଯାନ ୨୦୧୨ ବର୍ଷରେ ଆଉ ଏକ ନୂଆ କୀର୍ତ୍ତୀମାନ ସ୍ଥାପନ କରିଛି୤ ୨୦୧୧ ବର୍ଷରେ ୮୦୨ଟି ଶିବିର ଆୟୋଜନ କରାଯାଇଥିବା ବେଳେ ଏବର୍ଷ ୮୨୮ଟି ଶିବିରରେ ୪୫୦୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି୤ ଗୋଟିଏ ସଂସ୍ଥା ଗୋଟିଏ ବର୍ଷ ମଧ୍ୟରେ ଏତେଗୁଡ଼ିଏ ଶିବିର ଆୟୋଜନ କରିବା ଏକ ସର୍ବକାଳୀନ ରେକର୍ଡ଼୤ ‘ଆମ ଓଡ଼ିଶା’ ପକ୍ଷରୁ ୨୦୦୬ ମସିହାର ପ୍ରଥମ କରି ଏହି ରକ୍ତଦାନ ଅଭିଯାନ ଆରମ୍ଭ କରାଯାଇଥିଲା୤ ସେ ବର୍ଷ ଭାରତର ସ୍ବର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସପ୍ତାହବ୍ୟାପୀ ପ୍ରତୀକାତ୍ମକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୯୨୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା୤ ୨୦୦୭ ବର୍ଷ ଠାରୁ ଏହାକୁ ସାରାବର୍ଷର ନିୟମିତ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରାଯାଇ ଥିଲା୤ ୨୦୧୨ ବର୍ଷର ଅଭିଯାନ ଥିଲା ଏହି କ୍ରମର ସପ୍ତମ ବର୍ଷର କାର୍ଯ୍ୟକ୍ରମ୤ ରାଜ୍ୟର ମୋଟ ୩୦ଟି ଜିଲ୍ଲା ସହିତ ଭୁବନେଶ୍ବର, ଆନନ୍ଦପୁର, ରାଇରଙ୍ଗପୁର, ଭଞ୍ଜନଗର ଓ ରାଉରକେଲାକୁ ମିଶାଇ ମୋଟ ୩୫ଟି ସମ୍ବାଦ ଜିଲ୍ଲା ତଥା ୮ଟି ସମ୍ବାଦ ଜୋନରେ ବିଭକ୍ତ କରାଯାଇ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ୤ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସମସ୍ତ ଜିଲ୍ଲା ଓ ବ୍ଲକ୍ ପ୍ରତିନିଧି ଏବଂ ଅଗଣିତ ସ୍ବେଚ୍ଛାସେବୀ ଓ ଶୁଭେଚ୍ଛୁ ଏଥିରେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ୤ ଏଥିରେ ଜାନୁଆରି ମାସରୁ ଡ଼ିସେମ୍ବର ମାସ ମଧ୍ୟରେ ଭୁବନେଶ୍ବର ଜୋନରେ ସର୍ବଧିକ ୭୯୭୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି୤ ସେହିପରି ଅନୁଗୁଳ ଜୋନରେ ୭୭୭୭, ସମ୍ବଲପୁର ଜୋନରେ ୭୦୬୭, କଟକ ଜୋନରେ ୬୮୩୧, ବାଲେଶ୍ବର ଜୋନରେ ୭୪୦୩, ବ୍ରହ୍ମପୁର ଜୋନରେ ୪୭୭୨, ଜୟପୁର ଜୋନରେ ୨୫୦୦ ଓ ରାଉରକେଲା ଜୋନରେ ୧୭୦୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି୤ଏହି ବିରଳ ସଫଳତା ହାସଲରେ ସହାୟକ ହୋଇଥିବାରୁ ସମସ୍ତ ସ୍ବେଚ୍ଛା ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ରକ୍ତଭଣ୍ଡାର କର୍ତ୍ତୃପକ୍ଷ, ଅଗଣିତ ଶୁଭେଚ୍ଛୁ ଓ ସ୍ବେଚ୍ଛାସେବୀଙ୍କୁ ତଥା ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସମସ୍ତ କର୍ମକର୍ତ୍ତାଙ୍କୁ ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ୤ ରାଜ୍ୟରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ ଏହି ଲକ୍ଷନେଇ ‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଅଭିଯାନ ଚାଲିଛି୤ ୨୦୧୩ ବର୍ଷରେ ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସ୍ତରକୁ ପରିବ୍ୟାପ୍ତ କରାଯିବାର ଲକ୍ଷ ରହିଛି୤ ଏଣୁ ପୂର୍ବବର୍ଷ ଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ଏହି ଲକ୍ଷ ହାସଲରେ ସହାୟକ ହେବାପାଇଁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |