୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ନୟାଗଡ଼ ବ୍ଲଡ୍ ବ୍ୟାଙ୍କର ପ୍ରତିଷ୍ଠା ଦିବସରେ ‘ଆମ ଓଡ଼ିଶା’କୁ ୮ଟି ପୁରସ୍କାର
ନୟାଗଡ଼/ଓଡ଼ଗାଁ ୬/୭/୧୩ (ଇମିସ): ରକ୍ତଦାନ ଏକ ମହତ ଦାନ୤ ପ୍ରତ୍ୟେକ ବ୍ୟକ୍ତି ରକ୍ତଦାନ କରି ନିଜକୁ ସୁସ୍ଥ ରଖିବା ସହ ଅନ୍ୟର ଜୀବନ ବଞ୍ଚାଇବାର ସହାୟକ ହେବାକୁ ନୟାଗଡ଼ ‍ବ୍ଲଡ୍ ବ୍ୟାଙ୍କର ୩୩ ତମ ପ୍ରତିଷ୍ଠା ଦିବସ ଅବସରରେ ମତପ୍ରକାଶ ପାଇଛି୤ ଏଥିସହିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ‘ଆମ ଓଡ଼ିଶା’ ରାଜ୍ୟରେ ସର୍ବାଧିକ ରକ୍ତ ସଂଗ୍ରହ କରି ଅଗଣିତ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି ବୋଲି ଏହି ଅବସରରେ ବକ୍ତାମାନେ କହିଛନ୍ତି୤ ରକ୍ତଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇ ଥିବା ନୟାଗଡ଼ ଜିଲ୍ଲାର ସର୍ବମୋଟ୍ ୧୩ଟି ଅନୁଷ୍ଠାନକୁ ଆଜି ପୁରସ୍କୃତ କରାଯାଇଛି୤ ସେଥିମଧ୍ୟରୁ ‘ଆମ ଓଡ଼ିଶା’କୁ ୮ଟି ପୁରସ୍କାର ମିଳିଛି୤ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆଜି ନୟାଗଡ଼ ରକ୍ତ ଭଣ୍ଡାରର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି୤ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ହାଡ଼ୁବନ୍ଧୁ ରାଉତରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ମୁରଲୀଧର ବାରିକ, ଏଡିଏମ୍ ସୁରେଶ ଚନ୍ଦ୍ର ମିଶ୍ର, ଜିଲ୍ଲା ମ୍ୟାଲରିଆ ଅଫିସର କାଳନ୍ଦି ବେହେରା, ବ୍ଳଡ୍ ବ୍ୟାଙ୍କ ଅଧିକାରୀ ଡ. ଆଲୋକ ଜ୍ୟୋତି ସାହୁ ପ୍ରମୁଖ ଯୋଗେଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତି ମାସରେ ୪୫୦ ୟୁନିଟ୍ ରକ୍ତର ଆବଶ୍ୟକତା ପଡ଼ୁଥିବାବେଳେ ୨୦୧୨ରେ ୩୯୧୮ ୟୁନିଟ୍ ଓ ୨୦୧୩ ଜୁନ୍ ସୁଦ୍ଧା ୨୨୦୦ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିବା ସୂଚନା ଦେଇଥିଲେ୤ ପ୍ରତିବର୍ଷ ଅନ୍ୟୂନ ୫ ହଜାରରୁ ଅଧିକ ୟୁନିଟ୍ ରକ୍ତର ଆବଶ୍ୟକତା ଥିବାରୁ ବିଭିନ୍ନ ସମୟରେ ରକ୍ତର ଅଭାବ ପଡ଼ୁଛି୤ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ସମସ୍ତେ ସଚେତନ ହୋଇ ସ୍ବେଚ୍ଛାକୃତ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |