୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଯୁବ ସ୍ବାଭିମାନ ଦିବସରେ ୪୭୯୦ ୟୁନିଟ୍ ରକ୍ତ ସଂଗ୍ରହ ରକ୍ତଦାନ ସହ ମତଦାନ ଉପରେ ସଚେତନତା ସୃଷ୍ଟି କରାଯିବ ଭୁବନେଶ୍ବର, ୧୭/୭:
ରକ୍ତଦାନ ଉପରେ ‘ଆମ ଓଡ଼ିଶା’ ଗତ ପାଞ୍ଚ ବର୍ଷ ଧରି ବ୍ୟାପକ ସଚେତନତା ସୃଷ୍ଟି କରିଛି ୤ ରାଜ୍ୟର କୋଣ ଅନୁକୋଣରେ ରକ୍ତଦାନ ଶିବିର ଆୟୋଜନ ହେଉଛି ଓ ସାଧାରଣ ଲୋକ ରକ୍ତ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ୤ ରକ୍ତଦାନ ପରି ମତଦାନ ଉପରେ ଏଥର ‘ଆମ ଓଡ଼ିଶା’ ବ୍ୟାପକ ସଚେତନତା ସୃଷ୍ଟି କରିବ ୤ ଗଣତନ୍ତ୍ରକୁ ମଜବୁତ୍ କରିବା ପାଇଁ ଅଧିକ ଲୋକ ମତଦାନ ନିଶ୍ଚିତ ଆବଶ୍ୟକତା ରହିଛି ୤ ମତଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ‘ଆମ ଓଡ଼ିଶା’ର ଯୁବବାହିନୀ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବ ୤ ଏହା ହେଲେ ନାଗରିକ ସମାଜର ଏକ ପ୍ରମୁଖ ଅନୁଷ୍ଠାନ ଭାବେ ଆମ ଓଡ଼ିଶା ତା’ର ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିପାରିବ ବୋଲି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ୤ ଆଜି ସ୍ଥାନୀୟ ହୋଟେଲ୍ ସ୍ବସ୍ତିଠାରେ ‘ଆମ ଓଡ଼ିଶା’ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ୤ ଏଥିରେ ଆସନ୍ତା ତିନି ବର୍ଷ ପାଇଁ କର୍ମକର୍ତା ନିର୍ବାଚନ କରାଯାଇଥିଲା ୤ ସୌମ୍ୟରଂଜନ ପଟ୍ଟନାୟକ ସର୍ମସମ୍ମତିକ୍ରମେ ସଭାପତି ମନୋନୀତ ହୋଇଥିଲେ ଓ କାର୍ଯ୍ୟକାରିଣୀ କମିଟିକୁ ୧୯ ଜଣ ମନୋନୀତ ହୋଇଥିଲେ ୤ ନିର୍ବାଚନ ପରେ ଆମ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଲେ, ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ’ ଏହି ସଂକଳ୍ପ ନେଇ ଆମ ଓଡ଼ିଶା ପକ୍ଷରୁ ରକ୍ତାଦନ ଅଭିଯାନ ଚାଲୁ ରହିଛି ୤ ଗତ ପାଞ୍ଚ ବର୍ଷ ମଧ୍ୟରେ ସ୍ବେଚ୍ଛା ରକ୍ତଦାତାଙ୍କ ସଂଖ୍ୟା ୩୨ ପ୍ରତିଶତରୁ ବଢି ୭୦ ପ୍ରତିଶତରେ ପହଞ୍ଚିଛି ୤ ଚଳିତ ବର୍ଷ ୫୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ୤ ଲୋକମାନଙ୍କ ମଧ୍ୟରେ ରକ୍ତଦାନ ନେଇ ଯେପରି ବ୍ୟାପକ ସଚେତନତା ସୃଷ୍ଟି ହେଉଛି, ତାହାକୁ ଦୃଷ୍ଟିରେ ରଖି ରକ୍ତ ସଂରକ୍ଷଣ ଓ ସୁବିନିଯୋଗ ପାଇଁ ‘ରେଡ୍କ୍ରସ୍’ ତା’ର ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ୤ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଗତ ବର୍ଷ ଆରମ୍ଭ ହୋଇଥିବା ‘ମୋ ଖାତା’ ଯୋଜନାକୁ ଆଗାମୀ ଦିନରେ ବ୍ୟାପକ କରାଯିବ ଚଳିତ ବର୍ଷ ରାଜ୍ୟବ୍ୟାପୀ କରାଯାଇଥିବା ଗଣଦୌଡ଼ କାର୍ଯ୍ୟକ୍ରମ ବେଶ୍ ସଫଳତା ହାସଲ କରିଥିଲା ୤ ‘ଆମ ଓଡ଼ିଶା’ କାର୍ଯ୍ୟକ୍ରମର ଅଧିକ ପ୍ରସାର, ପ୍ରଚାର ପାଇଁ ଯୁବ ବାହିନୀକୁ ସୁଦୃଢ କରାଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ ୤ ଓଡ଼ିଆ ଭାଷା, ସଂସ୍କୃତି, ବହି ଏବଂ ସର୍ବୋପରି ଓଡ଼ିଶା ପ୍ରତି ଅନୂକଳ ବାତାବରଣ ସୃଷ୍ଟି ଉପରେ ‘ଆମ ଓଡ଼ିଶା’ ସବୁବେଳେ କାର୍ଯ୍ୟ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ୤ ସାଧାରଣ ସମ୍ପାଦକ ସ୍ବରାଜ ମିଶ୍ର ୨୦୧୦-୧୧ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ ୤ ଏହି ଅବସରରେ ଅନୁଷ୍ଠାନର ସମ୍ବିଧାନରେ କେତୋଟି ସଂଶୋଧନ କରାଯାଇଥିଲା ୤ ସଂଶୋଧିତ ପ୍ରସ୍ତାବ ମଧ୍ୟରେ ଅଛି ତିନି ବର୍ଷରେ ଥରେ ନିର୍ବାଚନ, ୧୦ ବର୍ଷିଆ ସଦସ୍ୟତା ଏବଂ ଇନ୍ଷ୍ଟିଚ୍ୟୁସ୍ନାଲ୍ ସଦସ୍ୟତା ପ୍ରଚଳନ, ବା କାର୍ଯ୍ୟକାରିଣୀ କମିଟିକୁ ୧୯ ଜଣ ସଦସ୍ୟ ମନୋନୟନ ଇତ୍ୟାଦି ୤ ଆମ ଓଡ଼ିଶାର ସମ୍ପାଦକ (ପ୍ରକାଶନ) ଅସିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ୤ ଆମ ଓଡ଼ିଶାର କାର୍ଯ୍ୟକ୍ରମ ସଂଯୋଜକ ଶିଶିର ସାହୁ ଓ ରକ୍ତଦାନ ଅଭିଯାନ ସଂଯୋଜକ ମଧୁସୂଦନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ୤ ୨୦୧୦ରେ ଆମ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ସଫଳ ସହଯୋଗୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା ୤ ସର୍ବାଧିକ ରକ୍ତଦାନ ପାଇଁ କିଟ୍ ବିଶ୍ବବିଦ୍ୟାଳୟ, ଏନ୍ଏମ୍ଆଇଟି, ରକ୍ତ ସଂଗ୍ରହରେ ସଫଳ ଜିଲ୍ଲା ଭାବେ ଭୁବନେଶ୍ବର ଓ ଅନୁଗୁଳ, ଭାଷାଜ୍ଞାନ ପରୀକ୍ଷାରେ ସର୍ବାଧିକ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟ ଭାବେ ବରଗଡ ଜିଲ୍ଲା ବରପାଲିର ସରକାରୀ ଉଚ୍ଚ ବିଦ୍ୟାଳୟ, ହସ୍ତାକ୍ଷର ପରୀକ୍ଷାରେ ସର୍ବାଧିକ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟ ଭାବେ ରାୟଗଡା ଜିଲ୍ଲା ଗୁଣୁପୁରର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମୋ ଖାତା ଅଭିଯାନର ସଫଳ ସଂସ୍କରଣ ଏବଂ ମୋ ଖାତାର ପ୍ରଚ୍ଛଦ ଶିଳ୍ପୀଙ୍କୁ ସମ୍ବର୍ଧନା ଦିଆଯାଇଥିଲା ୤ ‘ଆମ ଓଡ଼ିଶା’ର ୱେବ୍ସାଇଟ୍ ପ୍ରସ୍ତୁତ କରିଥିବା ଲୁମିନସ୍ ଇନ୍ଫୋୱେଜ୍ ର ତନ୍ମୟ ମହାନ୍ତି ଓ ଜୟଶ୍ରୀ ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |