୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ବିରଳ ଗ୍ରୁପର ରକ୍ତଦାତାଙ୍କୁ ନେଇ ‘ରକ୍ତର ସଂପର୍କ’ର ଶୁଭାରମ୍ଭ
ଯୁବ ସ୍ବାଭିମାନ ଦିବସ ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଅଭିଯାନର ଏକ ନୂଆ କାର୍ଯ୍ୟକ୍ରମ ‘ରକ୍ତର ସଂପର୍କ’ର ଶୁଭାରମ୍ଭ ହୋଇଛି୤ ଏଥିରେ ବିଭିନ୍ନ ‘ନେଗେଟିଭ୍’ ରକ୍ତଗ୍ରୁପର ବ୍ୟକ୍ତିମାନେ ସଦସ୍ୟ ଭାବରେ ଯୋଗଦେଇ ପରସ୍ପରକୁ ଏବଂ ଅନ୍ୟକୁ ସାହାଯ୍ୟ କରିପାରିବେ୤ ମଣିଷର ରକ୍ତର ବିଭିନ୍ନ ଗ୍ରୁପ୍ ମଧ୍ୟରେ ନେଗେଟିଭ୍ ଗ୍ରୁପଗୁଡ଼ିକ ବିରଳ ଏବଂ ଆବଶ୍ୟକ ସମୟରେ ଏହି ଗ୍ରୁପର ରକ୍ତ ମିଳିବାରେ ବହୁ ଅସୁବିଧା ହୋଇଥାଏ୤ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଏହି ବିରଳ ରକ୍ତଗ୍ରୁପର ବ୍ୟକ୍ତିମାନଙ୍କୁ ଗୋଟିଏ ଗୋଟିଏ ଛୋଟ ଗୋଷ୍ଠୀରେ ଏକାଠି କରିବା ‘ରକ୍ତର ସଂପର୍କ’ ଯୋଜନାର ଲକ୍ଷ୍ୟ୤ ଏଥିପାଇଁ ଆଜି ସଂଧ୍ୟାରେ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରର୍ର ‘ଓ’ ନେଗେଟିଭ୍ ଗ୍ରୁପର ପ୍ରଥମ ‘ରକ୍ତର ସଂପର୍କ’ ଗୋଷ୍ଠୀ ଗଠିତ ହୋଇଛି୤ ଇଷ୍ଟର୍ଣ୍ଣ ମିଡ଼ିଆର ନିର୍ଦ୍ଦେଶିକା ସୁଶ୍ରୀ ତନୟା ପଟ୍ଟନାୟକ ଏହାର ନେତୃତ୍ବ ନେଉଛନ୍ତି୤ ଆଜି ଏହି ଗୋଷ୍ଠୀରେ ବଜ୍ରାଦିତ୍ୟ ତ୍ରିପାଠୀ, ସନ୍ତୋଷ କୁମାର ବାରିକ, ଜିତେନ୍ଦ୍ର କୁମାର ପାତ୍ର, ପ୍ରଫୁଲ୍ଲ କୁମାର ବିଶ୍ବାଳ ଓ ସଂଜୟ କୁମାର ଚୌଧୁରୀ ଯୋଗଦେଇ ସଦସ୍ୟତା ଗ୍ରହଣ କରିଥିଲେ୤ ଏହି ଅବସରରେ ସଦସ୍ୟମାନେ ରକ୍ତଦାନକୁ ନେଇ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ଅଧିକରୁ ଅଧିକ ବିରଳ ରକ୍ତଗ୍ରୁପର ବ୍ୟକ୍ତିମାନଙ୍କୁ ଏହାର ଅନ୍ତର୍ଭୁକ୍ତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ୤ ଏଥିପାଇଁ ଏକ ବିଶେଷ ‘ଫେସବୁକ୍’ ପୃଷ୍ଠା ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା୤ ବିରଳ ରକ୍ତଗ୍ରୁପର ଅଧିକରୁ ଅଧିକ ବ୍ୟକ୍ତି ଏହାର ଅନ୍ତର୍ଭୁକ୍ତ ହେବାପାଇଁ ‘ରକ୍ତର ସଂପର୍କ’ ପକ୍ଷରୁ ନିବେଦନ କରାଯାଇଛି୤ ଏଥିପାଇଁ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ରଙ୍କ ସହିତ ମୋବାଇଲ୍ ନଂ ୯୪୩୭୦୯୭୫୦୮ କିମ୍ବା ଅଫିସ୍ ନମ୍ବର ୦୬୭୪-୨୫୩୬୭୧୭/୨୫୩୬୭୧୮ରେ ଯୋଗାଯୋଗ କରିବାକୁ ଅନୁରୋଧ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |