୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
କାର୍ଯ୍ୟନିର୍ବାହୀ ପରିଷଦକୁ ୧୯ ଜଣ ମନୋନୀତ ଭୁବନେଶ୍ବର, ୧୭/୭:
ଆଜି ସ୍ଥାନୀୟ ହୋଟେଲ୍ ସ୍ବସ୍ତିଠାରେ ‘ଆମ ଓଡ଼ିଶା’ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ୤ ଏଥିରେ ଆସନ୍ତା ତିନି ବର୍ଷ ପାଇଁ କର୍ମକର୍ତା ନିର୍ବାଚନ କରାଯାଇଥିଲା ୤ ସୌମ୍ୟରଂଜନ ପଟ୍ଟନାୟକ ସର୍ମସମ୍ମତିକ୍ରମେ ସଭାପତି ମନୋନୀତ ହୋଇଥିଲେ ୤ କାର୍ଯ୍ୟକାରିଣୀ କମିଟିକୁ ୧୯ ଜଣ ମନୋନୀତ ହୋଇଥିଲେ ୤ ସେମାନେ ହେଲେ ତିନି ଜଣ ଉପାଧ୍ୟକ୍ଷ, ସାହିତ୍ୟକ ଦାଶ ବେନହୁର, ଆଇନଜୀବୀ ଅଶୋକ ପରିଜା ଓ ସୁଦତ୍ତା ପଟ୍ଟନାୟକ, ସାଧାରଣ ସମ୍ପାଦକ ସ୍ବରାଜ ମିଶ୍ର, କୋଷାଧ୍ୟକ୍ଷ ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ସଭ୍ୟ ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଶରତ ଚନ୍ଦ୍ର ଭଦ୍ର, ଶିଳ୍ପପତି ରବି ଜେନା, ସାମଜସେବୀ ଏ.ଭି ସ୍ବାମୀ, ପ୍ରବାସୀ ଭାରତୀୟ ରାଜେନ୍ଦ୍ର ନାରାୟଣ ଦାସ, ରେଡକ୍ରସ୍ ସମ୍ପାଦକ ଡ଼. ମଙ୍ଗଳା ପ୍ରସାଦ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଡ଼. ରାମଚନ୍ଦ୍ର ବେହେରା, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅମିୟ କୁମାର ପଟ୍ଟନାୟକ, ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗର ପ୍ରଫେସର ସଙ୍ଗୀତା ରଥ, ରେଡିଓ ଚକ୍ଲେଟ୍ ର ନିର୍ଦେଶିକା ତନୟା ପଟ୍ଟନାୟକ ଓ ବଲାଙ୍ଗୀର ଜଣାଶୁଣା କ୍ରୀଡା ସଂଗଠକ ହରି ନାରାୟଣ ପୂଜାରୀ ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |