|
Back
| ୭୦ ହଜାର ପ୍ରତିଯୋଗୀ ନିଜ ସ୍ବପ୍ନର ଓଡ଼ିଶା କଥା ଲେଖିଲେ |
|
|
|
| ଭୁବନେଶ୍ୱର, ୧୧/୯(ଇମିସ): ରାଜ୍ୟପାଳଙ୍କ ପରାମର୍ଶ ଓ ଦିଗ୍ଦର୍ଶନରେ ସାରାରାଜ୍ୟରେ ଆଜି ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୬୫୦ରୁ ଅଧିକ କେନ୍ଦ୍ରରେ ୬୯,୭୮୬ ହଜାର ଛାତ୍ରଛାତ୍ରୀ ଯୋଗଦେଇ ‘ମୋ ସ୍ବପ୍ନର ଓଡ଼ିଶା‘ ବା ‘Odisha of My Dreams' ବିଷୟବସ୍ତୁ ଉପରେ ନିଜର ଭାବନା ବ୍ୟକ୍ତ କରିଛନ୍ତି। ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରବନ୍ଧ ଲେଖିବାର ସୁଯୋଗ ଥିବାରୁ ରାଜ୍ୟର ସମସ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମିକ ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏପରିକି ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲେ ବି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ପରୀକ୍ଷା କେନ୍ଦ୍ରକୁ ଆସିବାରେ ଏହା ବାଧକ ସାଜି ପାରିନଥିଲା ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିଗ୍ଦର୍ଶନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ‘ସମ୍ବାଦ’ ପକ୍ଷରୁ ପ୍ରଥମ କରି ଆୟୋଜନ ହୋଇଥିବା ଏହି ପ୍ରତିଯୋଗିତା ଆଜି ସାରା ରାଜ୍ୟରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା । ସମସ୍ତ ପୌରାଞ୍ଚଳ ଓ ବ୍ଲକ ମୁଖ୍ୟାଳୟରେ ଥିବା ପ୍ରମୁଖ ସ୍କୁଲଗୁଡ଼ିକରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ରାଜ୍ୟରେ ଅଭିଭାବକଙ୍କ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ପ୍ରବଳ ଉତ୍ସାହ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।
କୋରାପୁଟ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଲାଲ୍ ସେଠାରେ ଦୁଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଥିଲେ । ତାଙ୍କ ଅଭିଳାଷକୁ ପୂରଣ କରିବାକୁ ଯାଇ ‘ସମ୍ବାଦ’ ପକ୍ଷରୁ ଆୟୋଜନ ହେଉଥିବା ଏହି ପ୍ରତିଯୋଗିତା କିପରି ହେଉଛି ତାହା ନିଜେ ପରଖିଥିଲେ। ରାଜ୍ୟପାଳ କୋରାପୁଟ ଜୁଲ୍ଲା କୁନ୍ଦୁରା ସରକାରୀ ଶ୍ରୀଅରବିନ୍ଦ ଶିକ୍ଷାନିକେତନ ଉଚ୍ଚବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ଏବଂ ଜିଲ୍ଲା କୁନ୍ଦୁରା ସରକାରୀ ଶ୍ରୀଅରବିନ୍ଦ ଶିକ୍ଷାନିକେତନ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ପରୀକ୍ଷା କୃତୀ ଛାତ୍ରଛାତ୍ରୀଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୟପୁରର ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ସୂଚନାଯୋଗ୍ୟ ଯେ ଜନ୍ମମାଟି ସମ୍ପର୍କରେ ପିଲାଙ୍କ ମନକଥା ଜାଣିବାକୁ ରାଜ୍ୟପାଳ ଆଗ୍ରହ ପ୍ରକାଶ କରିଥିବାରୁ ‘ସମ୍ବାଦ’ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ପୂର୍ବାହ୍ନ ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ୧୫ ପର୍ଯ୍ୟନ୍ତ ଏହି ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା ।
ପରୀକ୍ଷା କେନ୍ଦ୍ରରେ ବିଚାର ଦ୍ବାରା ଉତ୍ତର ଖାତା ମୂଲ୍ୟାୟନ କରି କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଉତ୍ତର ଖାତା ଜିଲ୍ଲାସ୍ତରରେ ପୁନଃମୂଲ୍ୟାୟନ କରାଯାଇ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି |
|
|
|
|
|
|