୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ର ଅଭୂତପୂର୍ବ ସଫଳତା ୧୮ବର୍ଷରେ ୧୬୧୪୧ଶିବିର, ୮.୦୨ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ
ଭୁବନେଶ୍ବର,୩୧/୧୨(ଇମିସ): ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଦୀର୍ଘ ୧୮ବର୍ଷ ଧରି ସବୁ ବର୍ଗର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଚାଲିଥିବା ‘ଆମ ଓଡ଼ିଶା’ ସଂଗଠନ ଚଳିତବର୍ଷ ପୁଣି ଥରେ ରେକର୍ଡ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ କରିଛି। ହଜାର ହଜାର ରକ୍ତଦାତାଙ୍କ ସହଯୋଗରେ ‘ଆମ ଓଡ଼ିଶା’ ୨୦୨୩ରେ ପୁଣି ଥରେ ୫୦ହଜାର ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ୩୧୪ଟି ଯାକ ବ୍ଲକର ଅଗମ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ରକ୍ତଦାନ ଶିବିର ଆ‌ୟୋଜନ କରି ରୋଗୀଙ୍କର ଜରୁରୀ ଆବଶ୍ୟକତାକୁ ମେଣ୍ଟାଇପାରିଛି। ୨୦୨୩ରେ ରାଜ୍ୟରେ ୧୧୧୦ଟି ଶିବିରରୁ ୫୫୦୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗତ ୧୮ ବର୍ଷରେ ୧୬,୧୪୧ଟି ଶିବିର ଆୟୋଜିତ ହୋଇଛି। ଏଥିରୁ ୮ଲକ୍ଷ ୨ହଜାର ୮୩୪ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଚଳିତବର୍ଷ ରାଜ୍ୟର ୩୦ଟି ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭକ୍ତ କରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ବର ଜୋନ୍‌ରେ ସର୍ବାଧିକ ୧୨୭୮୩ ୟୁନିଟ୍‌ ସ˚ଗୃହୀତ ହୋଇଥିବାବେଳେ କଟକ ଜୋନ୍‌ରେ ୧୦୯୧୧, ସମ୍ବଲପୁର ଜୋନ୍‌ରେ ୮୬୬୩, ବ୍ରହ୍ମପୁର ଜୋନ୍‌ରେ ୬୩୩୬, ଅନୁଗୁଳ ଜୋନ୍‌ରେ ୪୫୧୧, ଯାଜପୁର ଜୋନ୍‌ରେ ୩୮୨୫, ଭୁବନେଶ୍ବର ଜୋନ୍‌ରେ ୩୪୩୯, ଜୟପୁର ଜୋନ୍‌ରେ ୩୦୪୫ ଏବଂ ରାଉରକେଲା ଜୋନ୍‌ରେ ୧୫୬୨ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ବାଲେଶ୍ବର ଜିଲ୍ଲା ୯୭୮୯ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି। ଓଡ଼ିଶାରେ ସର୍ବାଧିକ ଏକଦିିବସୀୟ ରକ୍ତସ˚ଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ୨୦୨୩, ଜାନୁଆରି ୨୩ ତାରିଖରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ୩୫ଟି ଶିବିର‌ରୁ ୧୪୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସେହିପରି ଅଗଷ୍ଟ ୧୮ରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ମୋଟ ୬୭ଟି ରକ୍ତଦାନ ଶିବିରରୁ ୩୬୩୪ ୟୁନିଟ୍‌ ସ˚ଗ୍ରହ ହେଲା। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୨୫ରୁ ୩୧ ତାରିଖ ମଧୢରେ ୧୮୧ ଟି ଶିବିରରୁ ମୋଟ୍‌ ୯୨୫୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ‘ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବା ନାହିଁ’ ଲକ୍ଷ୍ୟ ନେଇ ଏହାକୁ ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଗଲା। ଏଥିରେ ୨୦୦୭ରେ ୩୧୧ଟି ଶିବିରରୁ ୧୫୫୫୭ ୟୁନିଟ୍‌, ୨୦୦୮ରେ ୩୬୫ଟି ଶିବିରରୁ ୧୭୭୫୦, ୨୦୦୯ରେ ୪୭୪ଟି ଶିବିରରୁ ୨୫୨୭୩ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୦ରେ ପ୍ରଥମଥର ପାଇଁ ୫୦୦ରୁ ଅଧିକ ଶିବିର ଆୟୋଜନ ହୋଇଥିଲା। ଏହି ବର୍ଷ ୫୦୯ଟି ଶିବିରରୁ ୨୭୩୦୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ସେହିପରି ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ୍‌, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୩ ମସିହରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ୫୦,୦୦୦ୟୁନିଟ୍‌ରୁ ଅଧିକ ରକ୍ତ ସ˚ଗ୍ରହ କରି ଦୁଇଟି ନୂଆ ରେକର୍ଡ ସ୍ଥାପନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ୍‌ ସ˚ଗୃହୀତ ହୋଇଥିବାବେଳେ ୨୦୧୪ରେ ୧୦୨୬ଟି ଶିବିରରୁ ୫୨,୬୪୫ ୟୁନିଟ୍‌, ୨୦୧୫ରେ ୮୯୧ ଶିବିରରୁ ୪୨୪୪୦ ୟୁନିଟ, ୨୦୧୬ ରେ ୧୨୨୨ଟି ଶିବିରରୁ ୫୭,୩୩୭ ୟୁନିଟ୍‌, ୨୦୧୭ରେ ୧୪୪୪ଟି ଶିବିରରୁ ୬୫୪୪୯ୟୁନିଟ, ୨୦୧୮ରେ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ, ୨୦୧୯ରେ ୧୩୨୮ଟି ଶିବିରରୁ ୬୮,୬୫୮ , ୨୦୨୦ରେ ୧୨୬୦ଟି ଶିବିରରୁ ୫୩୮୫୪ୟୁନିଟ, ୨୦୨୧ରେ କରୋନା ସତ୍ତ୍ବେ ୯୫୮ଟି ଶିବିରରୁ ୪୩୪୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ୨୦୨୨ରେ ୧୦୮୮ଟି ଶିବିରରୁ ୫୪୭୪୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମୟୂରଭଞ୍ଜରୁ ମାଲକାନଗିରି, କେନ୍ଦ୍ରାପଡ଼ାରୁ ନୂଆପଡ଼ା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍‌, ପୌରାଞ୍ଚଳ ଓ ସହରାଞ୍ଚଳରେ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଛି। ସାରା ଓଡ଼ିଶାର ସହରାଞ୍ଚଳ ଓ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମିଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧୢକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟ, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶୁଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ନବବର୍ଷ ୨୦୨୨ର ଅଭିନନ୍ଦନ ଜଣାଇବା ସ˚ଗେ ସ˚ଗେ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହାସହ ଆଗାମୀ ଦିନରେ ସ୍ବେଚ୍ଛାକୃତ ରକ୍ତଦାନ ‌କ୍ଷେତ୍ରରେ ଏହିପରି ସହଯୋଗ ଜାରି ରଖିବାକୁ ଅନୁରୋଧ କରିଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |