୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ବହି
ପୂର୍ବ ପୃଷ୍ଠା ୤ ୧ ୤ ପର ପୃଷ୍ଠା
Srimad Bhagabatଶ୍ରୀମଦ୍ ଭାଗବତ (ଗଦ୍ୟାନୁବାଦ)
ଜାନକୀବଲ୍ଲଭ ପଟ୍ଟନାୟକ
ମୂଲ୍ୟ: ଟ.୩୦୦/-
ବ୍ୟାସକୃତ ସଂସ୍କୃତ ଶ୍ରୀମଦ୍ ଭାଗବତର ଏକକ ଓଡ଼ିଆ ଗଦ୍ୟରୂପ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ପ୍ରାୟ ୧୦୦୦ ପୃଷ୍ଠାର ଏହି ବୃହତ୍ ପୁସ୍ତକ୤ ଦୀର୍ଘ ପାଣ୍ଡିତ୍ୟପୂର୍ଣ୍ଣ ମୁଖବନ୍ଧ ଏବଂ ସ୍କନ୍ଧ ଓ ଶ୍ଳୋକାନୁସାରୀ ଅନୁବାଦ ଏହି ପୁସ୍ତକର ବିଶେଷତ୍ବ୤ ଭାବପୂର୍ଣ୍ଣ, ସରଳ ଅନୁବାଦ ଫଳରେ ଏହା ଏପରି ଲୋକପ୍ରିୟ ଯେ ମାତ୍ର ୧୦୦ ଦିନ ମଧ୍ୟରେ ଏହାର ଦ୍ବିତୀୟ ମୁଦ୍ରଣ ହୋଇ ପ୍ରାୟ ଦଶହଜାର ବହି ବିକ୍ରି ହୋଇଯାଇଥିଲା ୤ ନିର୍ଭୁଲ ମୁଦ୍ରଣ ଓ ସୁନ୍ଦର ବନ୍ଧେଇରେ ଏହାର ପରିମାର୍ଜିତ ସଂସ୍କରଣ ଏବେ ଉପଲବ୍ଧ ୤
Sarala Odia Abhidhanaସରଳ ଓଡ଼ିଆ ଅଭିଧାନ
ଡକ୍ଟର ଧନେଶ୍ବର ମହାପାତ୍ର
ମୂଲ୍ୟ: ଟ. ୧୨୫/-
ଓଡ଼ିଶାର ବିଶିଷ୍ଟ ଭାଷାତତ୍ତ୍ବବିତ୍, ପ୍ରଫେସର ଡ଼କ୍ଟର ଧନେଶ୍ବର ମହାପାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଏହି ଓଡ଼ିଆ ଅଭିଧାନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକାଶିତ୤ ମୂଲ୍ୟ ଦୃଷ୍ଟିରୁ ସୁଲଭ ଏହି ଅଭିଧାନରେ ଓଡ଼ିଆ ଭାଷାର ପ୍ରୟୋଗ ଓ ଲିଖନଧାରାରେ ଘଟିଥିବା ବିକାଶ ଏବଂ ଶଦ୍ଦ ଗୁଡିକର ସ୍ବରୂପ ନିର୍ଣ୍ଣୟ ପ୍ରତି ପ୍ରାଧାନ୍ୟ ଦିଆଯାଇଛି ୤
Aama Madhusudanaଆମ ମଧୁସୂଦନ
ସୁରସିଂହ ପଟ୍ଟନାୟକ
ମୂଲ୍ୟ: ଟ.୨୪୦/-
୧୯୪୮ ସାଲରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଭୁଲିଯାଇଥିଲା ଏ ଜାତି୤ ୧୯୯୮-୯୯ରେ ମଧୁବାବୁଙ୍କ ଜନ୍ମର ଦେଢ଼ଶହ ବର୍ଷ ପାଳନ ସମୟରେ ବିଶିଷ୍ଟ ଗବେଷକ ସୁରସିଂହ ପଟ୍ଟନାୟକ ତାଙ୍କ ସଂପର୍କରେ ଯେଉଁସବୁ ଲେଖା ଲେଖିଥିଲେ, ତାହାର ସଂପାଦିତ ରୂପ ଏହି ପ୍ରାୟ ସାଢ଼େ ଚାରିଶହ ପୃଷ୍ଠାର ପୁସ୍ତକ୤ ମଧୁବାବୁଙ୍କ ସଂପର୍କରେ ବହୁ ନୂତନ ତଥ୍ୟ, ତାଙ୍କ ଜୀବନର କାଳାନୁକ୍ରମିକ ଯାତ୍ରାପଥ, ବହୁ ଗୁରୁତ୍ବପୂର୍ଣ୍ଣ ଚିଠିପତ୍ର, ଦଲିଲ ଓ ଫଟୋଚିତ୍ରରେ ଏହି ମୂଲ୍ୟବାନ, ଗବେଷଣାତ୍ମକ ପୁସ୍ତକ ସମୃଦ୍ଧ୤
Bikalpa Biswaବିକଳ୍ପ ବିଶ୍ବ
ଡ଼କ୍ଟର ଭଗବାନପ୍ରକାଶ
ମୂଲ୍ୟ: ଟ. ୧୮୦/-
‘ସମ୍ବାଦ’ ର ଲୋପପ୍ରିୟ ସ୍ତମ୍ଭକାର ଡ଼କ୍ଟର ଭଗବାନ ପ୍ରକାଶଙ୍କ ‘ବିକଳ୍ପ ବିଶ୍ବ’ ସ୍ତମ୍ଭର ୭୩ଟି ସୁନିର୍ବାଚିତ ଲେଖାକୁ ନେଇ ଏହି ପୁସ୍ତକ ପ୍ରସ୍ତୁତ୤ ପୁସ୍ତକର ମୁଖବନ୍ଧରେ ବିଶିଷ୍ଟ ସମାଜସେବୀ ଓ ଚିନ୍ତାବିତ୍ ପ୍ରଫେସର ରାଧାମୋହନ ଲେଖିଛନ୍ତି, ଓଡ଼ିଆ ସାହିତ୍ୟରେ ଗବେଷଣାତ୍ମକ, ତଥ୍ୟଭିତ୍ତିକ ଓ କାଳୋପଯୋଗୀ ଲଳିତ ନିବନ୍ଧର ଯେଉଁ ଅଭାବ ରହିଛି, ଲେଖକଙ୍କ ଏ ଲେଖାଗୁଡିକ ତାହା ପୂରଣ କରିପାରିବ୤ ଓଡ଼ିଶାରେ ନିର୍ଭରଯୋଗ୍ୟ, ସୁଖପାଠ୍ୟ ବିକାଶ-ସାହିତ୍ୟର ଏହା ପ୍ରଥମ ପ୍ରଚେଷ୍ଟା୤
Aama Gharara Halchalଆମ ଘରର ହାଲଚାଲ(ଦ୍ବିତୀୟ ଭାଗ)
ସୌମ୍ୟରଂଜନ ପଟ୍ଟନାୟକ
ମୂଲ୍ୟ: ଟ. ୧୩୦/-
‘ସମ୍ବାଦ’ ପୃଷ୍ଠାରେ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିକଳ୍ପ ଚିନ୍ତନର ସ୍ବତନ୍ତ୍ର ସ୍ତମ୍ଭ ‘ଆମ ଘରର ହାଲଚାଲ’ ୤ ୪ ମେ ୧୯୮୫ ରୁ
୪ ଅକ୍ଟୋବର ୧୯୮୯ ପର୍ଯ୍ୟନ୍ତ ସେ ଲେଖିଥିବା ୭୪ଟି ଲେଖାକୁ ନେଇ ୧୯୯୦ରେ ପ୍ରକାଶ ପାଇଥିଲା ଏହାର ପ୍ରଥମ ଭାଗ୤ ପ୍ରାୟ ୨୦ ବର୍ଷ ପରେ ଆଉ ୯୦ଟି ଲେଖାକୁ ନେଇ ପ୍ରକାଶ ପାଇଛି ‘ଆମ ଘରର ହାଲଚାଲ’ର ଏହି ଦ୍ବିତୀୟ ଭାଗ୤ ସମକାଳୀନ ଓଡ଼ିଶାର ବିଭିନ୍ନ ଘଟଣା ବା ପ୍ରସଙ୍ଗକୁ ଭିନ୍ନ ଦୃଷ୍ଟିରୁ ଦେଖିବାକୁ ଏବଂ ଭିନ୍ନ ଦୃଷ୍ଟିରୁ ବିଚାର କରିବାକୁ ଏହା ପାଠକଙ୍କୁ ପ୍ରରୋଚିତ କରେ୤
Odisha Sasanara Eka Swarna Jugaଓଡ଼ିଶା ଶାସନର ଏକ ସ୍ବର୍ଣ୍ଣଯୁଗ
ସଂପାଦନା: ସୌମ୍ୟରଂଜନ ପଟ୍ଟନାୟକ
ମୂଲ୍ୟ: ଟ. ୨୫୦/-
ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୦ରୁ ୨୦୦୦ ମଧ୍ୟରେ ତିନିଥରରେ ପ୍ରାୟ ୧୪ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ୤ ଏହି ମୁଖ୍ୟମନ୍ତ୍ରିତ୍ବ କାଳରେ ଓଡ଼ିଶାକୁ ବହୁ ଦୃଷ୍ଟିରୁ ନୂଆ କରି ଗଢ଼ିବାପାଇଁ ସେ ସ୍ବପ୍ନ ଦେଖିଥିଲେ ଏବଂ ସେହି ସବୁ ସ୍ବପ୍ନକୁ ସାକାର କରିବାପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ୤ ସେ ସଂପର୍କରେ ୧୮ଟି ବିଭାଗରେ ମୋଟ ୬୭ ଜଣ ଲେଖକଙ୍କର ୬୭ଟି ଲେଖାକୁ ନେଇ ଏହି ପୁସ୍ତକ ପ୍ରସ୍ତୁତ୤ ପୁସ୍ତକର ଆଦ୍ୟରେ ‘କିଛି ବକ୍ତବ୍ୟ, କିଛି ସ୍ବପ୍ନ’ ଶୀର୍ଷକରେ ଜାନକୀ ବାବୁଙ୍କର ଏକ ସ୍ବତନ୍ତ୍ର ଲେଖା ମଧ୍ୟ ସ୍ଥାନିତ ହୋଇଛି ୤ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ବାରା ଏହି ପୁସ୍ତକ ସଂପାଦିତ୤
Dwadasa Jyotirlinga Darshanaଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ
ଲାଲମୋହନ ପଟ୍ଟନାୟକ
ମୂଲ୍ୟ: ଟ. ୧୦୦/-
ଶ୍ରୀସୋମନାଥ, ଶ୍ରୀନାଗେଶ୍ବର, ଶ୍ରୀମହାକାଳେଶ୍ବର, ଶ୍ରୀଓଁକାରେଶ୍ବର, ଶ୍ରୀତ୍ରମ୍ବକେଶ୍ବର, ଶ୍ରୀଘୃଷ୍ଣେଶ୍ବର, ଶ୍ରୀଭୀମାଶଙ୍କର, ଶ୍ରୀରାମେଶ୍ବର, ଶ୍ରୀମଲ୍ଲିକାର୍ଜୁନ, ଶ୍ରୀବୈଦ୍ୟନାଥ, ଶ୍ରୀବିଶ୍ବନାଥ ଓ ଶ୍ରୀକେଦରନାଥ- ଏ ହେଉଛନ୍ତି ଭାରତବର୍ଷର ଦ୍ବାଦଶ ଜ୍ୟୋତିର୍ଲିଙ୍ଗ୤ ଏ ସମସ୍ତ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରି, ପ୍ରତ୍ୟକ୍ଷ ଅନୁଭୂତି ଆଧାରରେ ଏହି ‘ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ’ ପୁସ୍ତକ ରଚନା କରିଛନ୍ତି ଲାଲମୋହନ ପଟ୍ଟନାୟକ୤ ଶ୍ରୀକେଦାରନାଥ ଓ ନେପାଳର ଶ୍ରୀପଶୁପତିନାଥ ଏକ ଓ ଅଭିନ୍ନ ବୋଲି ବିଶ୍ବାସ କରାଯାଉଥିବାରୁ ଶ୍ରୀପଶୁପତିନାଥଙ୍କ ସଂପର୍କରେ ଏବଂ ଓଡ଼ିଶାର ଏକାମ୍ରକ୍ଷେତ୍ରରେ ବିରାଜିତ ଶ୍ରୀଲିଙ୍ଗରାଜ ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ଅଧୀଶ୍ବର ବୋଲି ‘ଏକାମ୍ର ଚନ୍ଦ୍ରିକା’ ଗ୍ରନ୍ଥରେ ଉଲ୍ଲେଖ ଥିବାରୁ ଶ୍ରୀଲିଙ୍ଗରାଜଙ୍କ ସଂପର୍କରେ ସ୍ବତନ୍ତ୍ର ଲେଖା ମଧ୍ୟ ଏଥିରେ ସଂଯୋଜିତ ହୋଇଛି୤ ଏହି ଅନୁପମ ଓ ଲୋକପ୍ରିୟ ପୁସ୍ତକ ସଚିତ୍ରଭାବେ ପ୍ରକାଶିତ୤
ପୂର୍ବ ପୃଷ୍ଠା ୤ ୧ ୤ ପର ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |