୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ବହି
ପୂର୍ବ ପୃଷ୍ଠା ୤ ୩ ୤ ପର ପୃଷ୍ଠା
Bazarara Halchalବଜାର ହାଲଚାଲ
ଓମ୍ ପ୍ରକାଶ ଜଗତି
ମୂଲ୍ୟ: ଟ. ୧୨୦/-
ସର୍ବଭାରତୀୟ ଚାର୍ଟାଡ଼୍ ଆକାଉଣ୍ଟାନ୍ସି ଓ କମ୍ପାନୀ ସେକ୍ରେଟାରୀ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ଦେଶ ଓ ବିଦେଶର ବହୁ ପ୍ରତିଷ୍ଠିତ କଂପାନୀରେ କାର୍ଯ୍ୟ କରିବା ପରେ ଏବେ ବାଙ୍ଗାଲୋର୍ଠାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଭାଇସ୍ ପ୍ରେସିଡ଼େଣ୍ଟ (ଫାଇନାନ୍ସ) ଓ କଂପାନୀ ସେକ୍ରେଟାରୀଭାବେ କାର୍ଯ୍ୟ କରୁଛନ୍ତି ଓମ୍ ପ୍ରକାଶ ଜଗତି୤ ‘ସମ୍ବାଦ’ରେ ତାଙ୍କର ଲୋକପ୍ରିୟ ସ୍ତମ୍ଭ ‘ବଜାର ହାଲଚାଲ’ ବିବିଧ ବାଣିଜ୍ୟିକ ଓ ଆର୍ଥନୀତିକ ପ୍ରସଂଗର ରୋଚକ ଚିତ୍ର୤ ସେଥିମଧ୍ୟରୁ ସୁନିର୍ବାଚିତ ୫୬ଟି ଲେଖାକୁ ନେଇ ଏହି ପୁସ୍ତକ ପ୍ରକାଶିତ୤
Goutama Budhaଗୌତମ ବୁଦ୍ଧ
ଜାନକୀବଲ୍ଲଭ ପଟ୍ଟନାୟକ
ମୂଲ୍ୟ: ଟ. ୬୦/-
୨୫୦୦ତମ ବୁଦ୍ଧଜୟନ୍ତୀ ବର୍ଷରେ, ୧୯୫୬ରେ ପ୍ରଥମେ ପ୍ରକାଶିତ ହୋଇଥିଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଏହି ପ୍ରଥମ ପୁସ୍ତକ ‘ଗୌତମ ବୁଦ୍ଧ’୤ ସେତେବେଳେ ଇଣ୍ଟରମିଡ଼ିଏଟ୍ ଶ୍ରେଣୀରେ ଏହା ଅତିରିକ୍ତ ପାଠ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲା୤ ଆଜି ପ୍ରାୟ ୫୫ବର୍ଷ ପରେ, ନୂଆ ପିଢ଼ିର ପାଠକଙ୍କ ପାଇଁ ନୂଆ ରୁପରେ ଏହାକୁ ପ୍ରକାଶ କରାଯାଇଛି୤ ପୁସ୍ତକଟିକୁ ଅଧିକ ଆକର୍ଷଣୀୟ ତଥା ଲୋକପ୍ରିୟ କରିବା ପାଇଁ ବୁଦ୍ଧଙ୍କ ଜୀବନୀ ସଂପର୍କିତ ବହୁ ସୁନ୍ଦର ସ୍ଥାପତ୍ୟର ଫଟୋଚିତ୍ର ମଧ୍ୟ ଏଥିରେ ସଂଯୋଜିତ କରାଯାଇଛି୤
Nila Sailaନୀଳଶୈଳ
ସୁରେନ୍ଦ୍ର ମହାନ୍ତି
ସଂକ୍ଷିପ୍ତ ରୂପ: ଜାନକୀବଲ୍ଲଭ ପଟ୍ଟନାୟକ
ମୂଲ୍ୟ: ଟ. ୩୦/-
ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଉପନ୍ୟାସ ‘ନୀଳଶୈଳ’ କେବଳ ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ଅମରଗାଥା ନୁହେଁ, ଏଥିରେ ଅଛି ଓଡ଼ିଶାର ସମାଜ, ରାଜନୀତି ଇତିହାସର ମାର୍ମିକ ଚିତ୍ର୤ ମୂଳ ଭାବ, ଭାଷା ଓ କଥାବସ୍ତୁକୁ ଅକ୍ଷୁଣ୍ଣ ରଖି ଓଡ଼ିଆ ସାହିତ୍ୟର ଯଶସ୍ବୀ ଲେଖକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ସଂକ୍ଷିପ୍ତ ରୂପରେ ଏହା ପ୍ରକାଶ ପାଇଛି୤
Mamuମାମୁ
ଫକୀର ମୋହନ ସେନାପତି
ସଂକ୍ଷିପ୍ତ ରୂପ: ଗୌରହରି ଦାସ
ମୂଲ୍ୟ: ଟ.୩୦/-
ଓଡ଼ିଆ ସାହିତ୍ୟର କାଳଜୟୀ କୃତିଗୁଡ଼ିକୁ ସଂକ୍ଷିପ୍ତ ରୂପରେ ଓ ସୁଲଭ ମୂଲ୍ୟରେ ନୂଆପିଢ଼ିର ପାଠକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ ରୂପେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଏହି ପ୍ରସିଦ୍ଧ ଉପନ୍ୟାସ ‘ମାମୁ’ ପ୍ରକାଶ କରାଯାଇଛି୤ମୂଳ ଭାବ, ଭାଷା ଓ କଥାବସ୍ତୁକୁ ଅକ୍ଷୁଣ୍ଣ ରଖି ଆମ ସମୟର ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ ଏହି ସଂକ୍ଷିପ୍ତ ରୂପ ପ୍ରସ୍ତୁତ କରିଛନ୍ତି୤
Raja Kanyaରାଜକନ୍ୟା
ନିତ୍ୟାନନ୍ଦ ମହାପାତ୍ର
ମୂଲ୍ୟ: ଟ.୩୦/-
ବର୍ଷୀୟାନ୍ ସ୍ବାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରକାଶ ପାଇଛି ତାଙ୍କର ଏହି ଅନୁପମ କାହାଣୀ ସଂଗ୍ରହ ‘ରାଜକନ୍ୟା’୤ ଆଜିଠୁଁ ପ୍ରାୟ ଚାଳିଶବର୍ଷ ତଳେ ଏହି ଗଳ୍ପଗୁଡିକ ଓଡ଼ିଆ କଥା ସାହିତ୍ୟରେ ଏକ ନୂତନ ଓ ଚମକପ୍ରଦ ପରୀକ୍ଷା ଥିଲା୤ ଏହି ଶତାୟୁ ସାରସ୍ବତ ସାଧକଙ୍କ ୧୦୦ତମ ଜନ୍ମଦିନ ଅବସରରେ ସେହି ଲେଖାଗୁଡ଼ିକୁ ସାଉଁଟି ଅତ୍ୟନ୍ତ ଆକର୍ଷଣୀୟ ରୂପସଜ୍ଜାରେ ‘ଆମ ଓଡ଼ିଶା’ ଏହାକୁ ପ୍ରକାଶ କରିଛି୤
Semananka Piladinaସେମାନଙ୍କ ପିଲାଦିନ
ସଂପାଦନା: ସୌମ୍ୟରଂଜନ ପଟ୍ଟନାୟକ
ମୂଲ୍ୟ: ଟ.୩୦/-
ପଣ୍ଡିତ ଗୋଦାବରୀଶ ମିଶ୍ର, ଡ଼କ୍ଟର ପ୍ରାଣକୃଷ୍ଣ ପରିଜା, ମା’ ରମାଦେବୀ, ଡ଼କ୍ଟର ସତ୍ୟନାରାୟଣ ରାଜଗୁରୁ, ବିନୋଦ କାନୁନ୍ଗୋ, ସଚ୍ଚିଦାନନ୍ଦ ରାଉତରାୟ, ଗୋପୀନାଥ ମହାନ୍ତି, ଶ୍ରଦ୍ଧାକର ସୂପକାର, ଡ଼କ୍ଟର ଶ୍ରୀରାମ ଚନ୍ଦ୍ର ଦାଶ ଓ ସୁରେନ୍ଦ୍ର ମହାନ୍ତିଙ୍କ ପିଲାଦିନ ଓ ସ୍କୁଲ୍ ଜୀବନକୁ ନେଇ ଏହି ଅନୁପମ ପୁସ୍ତକା ପରିକଳ୍ପନା୤ ବହୁ ପ୍ରତିକୂଳ ପରିସ୍ଥିତି ଭିତରେ ଥାଇ ବି ପ୍ରବଳ ଇଚ୍ଛାଶକ୍ତି ଯୋଗୁଁ ଏହି ମନୀଷୀମାନେ ପାଠ ପଢ଼ିଥିଲେ ଓ ବଡ଼ ହୋଇଥିଲେ୤ ନିଜ ଭାଷାରେ ନିଜ ସଂପର୍କରେ ସେମାନେ କହିଥିବା ଏହି କାହାଣୀ ଆଜିର ପିଲାଙ୍କୁ ପ୍ରେରଣା ଓ ପାଥେୟ ଦେବ, ଏହି ଲକ୍ଷ୍ୟ ନେଇ ପୁସ୍ତକଟିକୁ ପ୍ରକାଶ କରାଯାଇଛି୤
Odisha Itihasaଓଡ଼ିଶା ଇତିହାସ
(ବିଶିଷ୍ଟ ଐତିହାସିକ ମାନଙ୍କ ଦ୍ବାରା ପ୍ରସ୍ତୁତ)
ମୂଲ୍ୟ: ଟ. ୧୭୦/-
ଓଡ଼ିଶାର ଅତୀତକୁ ସହଜରେ ଜାଣିବାପାଇଁ ଏକ ସଂକ୍ଷିପ୍ତ ଅଥଚ ପୂର୍ଣ୍ଣାଙ୍ଗ ଇତିହାସ ପୁସ୍ତକର ଆବଶ୍ୟକତା ଅଛି ଏବଂ ତାହାକୁ ଦୃଷ୍ଟିରେ ରଖି ଏହି ‘ଓଡ଼ିଶା ଇତିହାସ’ ପୁସ୍ତକ ପ୍ରକାଶ କରାଯାଇଛି୤ ଇତିହାସର ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ସୁପରିଚିତ, ଐତିହାସିକ ଅତୁଳ ଚନ୍ଦ୍ର ପ୍ରଧାନ, ସଦାଶିବ ପ୍ରଧାନ, ପ୍ରୀତୀଶ ଆଚାର୍ଯ୍ୟ, ଶିଶିର କୁମାର ପଣ୍ଡା, ବସନ୍ତ କୁମାର ମଲ୍ଲିକ, ଚଣ୍ଡୀପ୍ରସାଦ ନନ୍ଦ, ପ୍ରମୋଦ କୁମାର ମହାନ୍ତି ଓ ସୂର୍ଯ୍ୟକାନ୍ତ ନାଥ ଏହାର ବିଭିନ୍ନ ଅଧ୍ୟାୟ ଲେଖିଛନ୍ତି୤ ପ୍ରୀତୀଶ ଆଚାର୍ଯ୍ୟ ଏହାର ପୁନର୍ଲିଖନ ଓ ସଂପାଦନା କରିଛନ୍ତି୤
ପୂର୍ବ ପୃଷ୍ଠା ୤ ୩ ୤ ପର ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |