ଆମ ବହି |
|
|
ପୂର୍ବ ପୃଷ୍ଠା ୧ ୨ ୩ ୪ ୫ ୬ ୭ ପର ପୃଷ୍ଠା |
ସପ୍ତାଶ୍ଚର୍ଯ୍ୟ ଶିବ କୁମାର ଦାସ ମୂଲ୍ୟ: ଟ.୫୦/- ଅଢ଼େଇ ହଜାର ବର୍ଷ ପୂର୍ବେ ମନୁଷ୍ୟ ନିର୍ମିତ ଆଶ୍ଚର୍ଯ୍ୟ ବସ୍ତୁମାନଙ୍କର ଏକ ସାତଟିକିଆ ତାଲିକା ପ୍ରସ୍ତୁତ କରିଥିଲେ ଗ୍ରୀକ୍ ପଣ୍ଡିତ ଓ ଇତିହାସକାରମାନେ ସେହି ପ୍ରାଚୀନ ସପ୍ତାଶ୍ଚର୍ଯ୍ୟ ହେଉଛି- ଗୀଜାର ବିଶାଳ ପିରାମିଡ଼୍, ବେବିଲୋନ୍ ର ଝୁଲନ୍ତା ବଗିଚା, ଆର୍ଟେମିସ୍ଙ୍କ ମନ୍ଦିର, ଅଲିମ୍ପିଆର ଜିଅସ୍ ମୂର୍ତ୍ତି, ହାଲିକାର୍ନାସସ୍ ର ସମାଧି, ରୋହଡ଼ସ୍ ର କଲୋସସ୍ ଓ ଆଲେକ୍ଜାଣ୍ଡ୍ରିଆର ବତିଘର ଇଂରାଜୀ ଦୈନିକ ‘ହିନ୍ଦୁ’ର ପ୍ରତିନିଧି ତଥା ଲେଖକ ଶିବ କୁମାର ଦାସଙ୍କ ଦ୍ବାରା ଆତ୍ମକଥାତ୍ମକ ଶୈଳୀରେ ଏହା ଲିଖିତ ଏବଂ ‘ସପ୍ତାଶ୍ଚର୍ଯ୍ୟ’ ଶୀର୍ଷକରେ ସଚିତ୍ରଭାବେ ପ୍ରକାଶିତ |
|
ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ ଜାନକୀବଲ୍ଲଭ ପଟ୍ଟନାୟକ ମୂଲ୍ୟ: ଟ.୫୦/- ଊନବିଂଶ ଶତାଦ୍ଦୀରେ ଆବିର୍ଭୂତ ମହାପୁରୁଷ ଶ୍ରୀରାମକୃଷ୍ଣ ପରମହଂସଙ୍କ ଉପଦେଶାବଳୀ ‘ରାମକୃଷ୍ଣ କଥାମୃତ’ ନାମରେ ପ୍ରସିଦ୍ଧ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ଏହାକୁ ‘ରାମକୃଷ୍ଣ ଉପନିଷଦ’ ବୋଲି କହିଛନ୍ତି ସେହି କଥାମୃତରୁ ୫୧ଟି ସୁନିର୍ବାଚିତ କଥାକୁ ନେଇ ସରଳ ଓ ଭାବପୂର୍ଣ୍ଣ ଭାଷାରେ ଓଡ଼ିଆ ପାଠକଙ୍କ ପାଇଁ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି ସୁଖ୍ୟାତ ଲେଖକ ଜାନକୀ ବଲ୍ଲଭ ପଟ୍ଟନାୟକ ସୁଲଭ ମୂଲ୍ୟରେ ଓ ସଚିତ୍ର ଭାବେ ଏହି ଉପାଦେୟ ପୁସ୍ତକ ପ୍ରକାଶିତ |
|
ତେଜସ୍ବିନୀ (ଐତିହାସିକ ଉପନ୍ୟାସ) ମୂଳ ହିନ୍ଦୀ: ଡ଼କ୍ଟର ବୃନ୍ଦାବନଲାଲ ବର୍ମା, ଅନୁବାଦ: ସୀତେଶ ତ୍ରିପାଠୀ ମୂଲ୍ୟ: ଟ.୨୫୦/- ବିଶିଷ୍ଟ ହିନ୍ଦୀ ଗବେଷକ ତଥା ଔପନ୍ୟାସିକ ଡ଼କ୍ଟର ବୃନ୍ଦାବନଲାଲ ବର୍ମାଙ୍କ ‘ଝାନ୍ସୀ କୀ ରାନୀ ଲକ୍ଷ୍ମୀବାଈ’ର ଅନୁସୃଜନ ହେଉଛି ଐତିହାସିକ ଉପନ୍ୟାସ ‘ତେଜସ୍ବିନୀ’ ଡ଼କ୍ଟର ବର୍ମାଙ୍କ ଅଣଅଜା ଦେବାନ୍ ଆନନ୍ଦରାୟ ରାଣୀ ଲକ୍ଷ୍ମୀବାଈଙ୍କ ପକ୍ଷରୁ ଇଂରେଜଙ୍କ ବିରୋଧରେ ଲଢ଼ି ସହିଦ ହୋଇଥିଲେ ଏଣୁ ଏ ଉପନ୍ୟାସ ପାଇଁ ଡ଼କ୍ଟର ବର୍ମା ନିଜ ପରିବାରରୁ ବହୁ ତଥ୍ୟ ପାଇଥିଲେ ସେହି ତଥ୍ୟକୁ ନିଜର ଅନୁପମ ବର୍ଣ୍ଣନାରୀତିରେ ସେ ଅତ୍ୟନ୍ତ ରସୋତ୍ତୀର୍ଣ୍ଣ କରି ଲେଖିଛନ୍ତି କଥାଶିଳ୍ପୀ ତଥା ନାଟ୍ୟକାର ସୀତେଶ ତ୍ରିପାଠୀ ମଧ୍ୟ ତାହାକୁ ନିଜ ଅନୁସୃଜନର ସ୍ପର୍ଶରେ ଆହୁରି ରସୋତ୍ତୀର୍ଣ୍ଣ କରିଦେଇଛନ୍ତି |
|
ODISHA: A Decade of Missed Opportunities ରଣଜିତ୍ ଗୁରୁ ମୂଲ୍ୟ: ଟ.୧୨୦/- ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାର ସଂପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ରଣଜିତ ଗୁରୁଙ୍କ ଲୋକପ୍ରିୟ ସ୍ତମ୍ଭ ‘ଅପ୍ରସଙ୍ଗ’ତ ର ସ୍ବ-ଅନୂଦିତ ୨ଟି ସୁନିର୍ବାଚିତ ଲେଖାର ସଂକଳନ ଏହି ଇଂରାଜି ପୁସ୍ତକ ‘ଓଡ଼ିଶା-ଏଡ଼ିକେଡ଼୍ଅଫ୍ ମିସ୍ଡ଼୍ ଅପର୍ଚୁନିଟି’ ଓଡ଼ିଶାର ବିକାଶ ସଂପର୍କିତ ଚିନ୍ତନ, ତର୍କ ଓ ତଥ୍ୟକୁ ନେଇ ସମୃଦ୍ଧ ଏହି ପୁସ୍ତକ ସମକାଳୀନ ଓଡ଼ିଶାର ଶାସନ ଓ ପ୍ରଶାସନର ବାସ୍ତବ ଓ ସମୀକ୍ଷାତ୍ମକ ଚିତ୍ର ପାଠକଙ୍କ ନିକଟରେ ପ୍ରକଟିତ କରିବାରେ ସମର୍ଥ |
|
ଓଡ଼ିଶାରେ ବ୍ୟାବସାୟିକ ପରିବର୍ତ୍ତନ, ଜଳସେଚନ ଓ ପିଲାଂକ ପାଠପଢ଼ା ଲେଖକ: ନୀଳକଂଠ ରଥ ମୂଲ୍ୟ: ଟ.୪୦/- ପ୍ରଫେସର ନୀଳକଂଠ ରଥ ଜଣେ ବିଶିଷ୍ଟ ଓଡ଼ିଆ ବୁଦ୍ଧିଜୀବୀ ପୁନେସ୍ଥିତ ‘ଗୋଖଲେ ଇନ୍ଷ୍ଟିଚ୍ୟୁଟ୍’ର ପୂର୍ବତନ ନିର୍ଦ୍ଦେଶକ ତଥା ପୁନେର ‘ଇଣ୍ଡିଆନ୍ ସ୍କୁଲ ଅଫ୍ ପଲିଟିକାଲ ଇକୋନମି’ର ଅନରାରି ଫେଲୋ ଶ୍ରୀ ରଥ ବିଭିନ୍ନ ସମୟରେ ‘ସମ୍ବାଦ’, ‘ସମାଜ’ ଓ ‘ଇକନମିକ୍ ଆଣ୍ଡ୍ ପଲିଟିକାଲ୍ ୱିକ୍ଲି’ରେ ଲେଖିଥିବା ଦଶଟି ପ୍ରବନ୍ଧକୁ ନେଇ ଏ ପୁସ୍ତକ ପ୍ରସ୍ତୁତ ଏହା ସଂପୃକ୍ତ ପ୍ରସଙ୍ଗରେ ମୌଳିକ ଚିନ୍ତନ ପାଇଁ ପାଠକଙ୍କୁ ଅନୁପ୍ରେରିତ କରିବ |
|
ବିଶ୍ବକପ୍ କ୍ରିକେଟ ଆଶିଷ କୁମାର ରାୟ ମୂଲ୍ୟ: ଟ. ୧୦୦/- ଆଜି ଆମ ଜନମାନସକୁ କ୍ରିକେଟ୍ ଅତିମାତ୍ରାରେ ଆଚ୍ଛନ୍ନ କରିଥିବା ବେଳେ ବିଶିଷ୍ଟ କ୍ରୀଡ଼ା ସମୀକ୍ଷକ ତଥା କ୍ରୀଡ଼ା ଫିଚର ଲେଖକ ଆଶିଷ କୁମାର ରାୟ ପ୍ରସ୍ତୁତ କରିଛନ୍ତି ଏକ ପୁସ୍ତକ ଦଶମ ବିଶ୍ବକପ୍ କ୍ରିକେଟ୍ ଅବସରରେ, ବିଶ୍ବକପ୍ର ପୃଷ୍ଠଭୂମି, ୧୯୭୫ର ପ୍ରଥମ ପ୍ରୁଡ଼େନ୍ସିଆଲ ବିଶ୍ବକପ୍ ଠାରୁ ୨୦୦୭ର ଆଇ.ସି.ସି. ବିଶ୍ବକପ୍ ପର୍ଯ୍ୟନ୍ତ ନଅଟି ଯାକ ବିଶ୍ବକପ୍ର ବିଶଦ ବିବରଣୀ ଏବଂ ଦଶମ ବିଶ୍ବକପ୍ ସଂପର୍କିତ ସୂଚନା ଏଥିରେ ଅଛି ପୂର୍ବ ବିଶ୍ବକପ୍ ଗୁଡ଼ିକର ରେକର୍ଡ ମଧ୍ୟ ଏହି ସଚିତ୍ର ଓ ସଂଗ୍ରହଣୀୟ ପୁସ୍ତକରେ ଉପଲବ୍ଧ |
|
ବାଘରାଣୀ ଖଇରୀ ଅଖିଳ ମୋହନ ପଟ୍ଟନାୟକ ମୂଲ୍ୟ: ଟ.୬୦/- ବିଶିଷ୍ଟ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ବିୟୋଗର ଦୀର୍ଘ ସାତବର୍ଷ ପରେ, ୧୯୮୯ରେ ‘ସମ୍ବାଦ’ ପକ୍ଷରୁ ପ୍ରଥମେ ପ୍ରକାଶ ପାଇଥିଲା ମାନବେତର ପ୍ରାଣୀକୁ ନେଇ ଓଡ଼ିଆରେ ଏହି ପ୍ରଥମ ଜୀବନୀ ପୁସ୍ତକ ‘ବାଘରାଣୀ ଖଇରୀ’ ନୂଆ ପିଢ଼ିର ପାଠକଙ୍କ ଚାହିଦା ପ୍ରତି ଦୃଷ୍ଟିଦେଇ, ଦୀର୍ଘ ଦୁଇଦଶନ୍ଧି ପରେ ପୁଣିଥରେ ଏହି ଏକକ ଓ ଅନୁପମ ପୁସ୍ତକ ନୂଆ ରୁପରେ ପ୍ରକାଶ ପାଇଛି ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ବର୍ଗତ ଛନ୍ଦାଚରଣ ଆଚାର୍ଯ୍ୟ ଏହାର ରେଖାଚିତ୍ର ଗୁଡିକ ଅଙ୍କନ କରିଛନ୍ତି |
|
|